ଆଜିଠୁ ଶ୍ରୀଲଙ୍କା ବିପକ୍ଷରେ ବେଙ୍ଗାଲୁରୁରେ ପିଙ୍କ୍ ବଲ୍‌ ଟେଷ୍ଟ ଖେଳିବ ଟିମ୍‌ ଇଣ୍ଡିଆ, ଅପରାହ୍ନ ୨ଟାରେ ମ୍ୟାଚ ଆରମ୍ଭ

ବେଙ୍ଗାଲୁରୁ: ଆଜିଠୁ ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟ । ଶ୍ରୀଲଙ୍କା ବିପକ୍ଷରେ ବେଙ୍ଗାଲୁରୁରେ ପିଙ୍କ ବଲ୍‌ ଟେଷ୍ଟ ଖେଳିବ ଟିମ୍‌ ଇଣ୍ଡିଆ । ଦିବାରାତ୍ରି ଟେଷ୍ଟ ପାଇଁ ଟିମ୍‌ ଇଣ୍ଡିଆ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଅପରାହ୍ନ ୨ଟାରେ ମ୍ୟାଚ ଆରମ୍ଭ ହେବ । ଘରୋଇ ପରିବେଶରେ ଭାରତ ତୃତୀୟ ଦିବାରାତ୍ର ମ୍ୟାଚ ଖେଳିବ । ପୂର୍ବରୁ ଦଳ ଦୁଇଟି ମ୍ୟାଚ ଖେଳି ଅପରାଜେୟ ରହିଛି ।

ସେପଟେ ଭ୍ରମଣକାରୀ ଦଳ ଶ୍ରୀଲଙ୍କା ଦ୍ୱିତୀୟ ମ୍ୟାଚ୍‌ ବିଜୟ ସହ ସିରିଜ୍‌ ବରାବର କରିବା ଲକ୍ଷ୍ୟରେ ରହିଛି। ଭାରତ ଶେଷ ଥର ପାଇଁ ପ୍ରାୟ ବର୍ଷକ ତଳେ ଅହମ୍ମଦାବାଦରେ ପିଙ୍କ୍‌ ବଲ୍‌ ଟେଷ୍ଟ ଖେଳିଥିଲା। ସେହି ମ୍ୟାଚ୍‌ରେ ଭ୍ରମଣକାରୀ ଇଂଲଣ୍ଡକୁ ୧୦ ଓ୍ଵିକେଟ୍‌ରେ ହରାଇଥିଲା ଇଣ୍ଡିଆ । ମାତ୍ର ୨ ଦିନ ମଧ୍ୟରେ ମ୍ୟାଚ୍‌ ଶେଷ ହୋଇଯାଇଥିଲା । ପ୍ରଥମ ଟେଷ୍ଟକୁ ୩ ଦିନ ଭିତରେ ଜିତି ନେଇଥିବା ଟିମ୍‌ ଇଣ୍ଡିଆ ଏହି ପିଙ୍କ୍‌ ବଲ୍‌ ଟେଷ୍ଟ ଜିତି ସିରିଜ୍‌ କ୍ଲିନ୍‌ ସ୍ୱିପ୍‌ ଲକ୍ଷ୍ୟରେ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.