ଭାରତ-ଅଷ୍ଟ୍ରେଲିଆ ‘ଏ’ ଅଭ୍ୟାସ ମ୍ୟାଚ୍‌ରେ ରାହାଣେ ପିଟିଲେ ସେଞ୍ଚୁରୀ

ସିଡନୀ : ଏପଟେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟି୨୦ ମ୍ୟାଚ୍‌ ଚାଲିଥିବା ବେଳେ ସେପଟେ ଟେଷ୍ଟ ମ୍ୟାଚ୍‌ ପୂର୍ବରୁ ଦୁଇ ଦଳ ଭିତରେ ଆରମ୍ଭ ହୋଇଯାଇଛି ତିନି ଦିନିଆ ଅଭ୍ୟାସ ମ୍ୟାଚ୍‌ । ଆଜି ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିଥିଲା । ଅଜିଙ୍କ ରାହାଣେଙ୍କ ଶତକ ବଳରେ ୯୦ ଓଭର ଖେଳି ଭାରତ ୮ ଓ୍ଵିକେଟ୍‌ରେ ୨୩୭ ରନ୍‌ କରିଛି । ପରେ ଅଷ୍ଟ୍ରେଲିଆ-ଏ ଟିମ୍‌ ଗୋଟିଏ ଓ୍ଵିକେଟ୍‌ ହରାଇ ୪୦ ରନ୍‌ କରିଛି ।

ଭାରତ ପକ୍ଷରୁ ଚେତେଶ୍ୱର ପୂଜାରା ୫୪ ରନ୍‌ (୧୪୦ ବଲ୍‌, ୫ ଚୌକା) ଏବଂ ରାହାଣେ ଅପରାଜିତ ୧୦୮ ରନ୍‌ (୨୨୮ ବଲ୍‌, ୧୬ ଚୌକା ଓ ୧ ଛକା) କରିଥିଲେ । ଦୁଇ ଓପନର ପୃଥ୍ଵୀ ସ ଏବଂ ଶୁଭମାନ ଗିଲ୍‌ ଖାତା ଖୋଲି ପାରି ନଥିଲେ । ହନୁମା ବିହାରୀ (୧୫), ଋଧିମାନ ଶାହ (୦), ଅଶ୍ୱିନ୍‌ (୫), କୁଲଦୀପ ଯାବ (୧୪), ଉମେଶ ଯାଦବ (୨୪) ବେଶି ସ୍କୋର କରି ପାରିନଥିଲେ ।

ଅଷ୍ଟ୍ରେଲିଆ ପକ୍ଷରୁ ପାଟିନସନ୍‌ ୩ଟି ଏବଂ ନେସର ଓ ହେଡ୍‌ ୨ଟି ଲେଖାଏଁ ଓ୍ଵିକେଟ୍‌ ହାସଲ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.