Below header

ମାଛ ଧରିବା ବେଳେ ଜାଲରେ ପଡ଼ିଲା ଜହ୍ନ-ତାରା ଚିତ୍ରିତ କଇଁଛ, ଜାଣନ୍ତୁ ଏହାର ଖାସିୟତ

ପୃଥିବୀପୃଷ୍ଠରେ ଏମିତି ଅନେକ ଅଦ୍ଭୁତ ଜୀବଜନ୍ତୁ ଅଛନ୍ତି, ଯାହାଙ୍କ ଉପସ୍ଥିତି ଆମକୁ ଆଶ୍ଚର୍ଯ୍ୟ କରିଦିଏ। ନିକଟରେ ସେହିଭଳି ଏକ କଇଁଛ ଉଦ୍ଧାର ହୋଇଛି ମହାରାଷ୍ଟ୍ରରେ। ଏହି କଇଁଛ ଏତେ ସୁନ୍ଦର ଯେ ଯିଏ ଦେଖିବ, ଦଣ୍ଡେ ଚାହିଁ ରହିବ। ଏହି କଇଁଛର ପିଠି ଉପରେ ଜହ୍ନ ତାରା ଚିତ୍ର ଅଛି। ଲୋକମାନେ କଇଁଛକୁ ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି। ବନ ବିଭାଗ ତରଫରୁ କୁହାଯାଇଛି ଯେ ଏହା ଏକ ଲୁପ୍ତପ୍ରାୟ ଦୁର୍ଲ୍ଲଭ ପ୍ରଜାତିର ଇଣ୍ଡିଆ ଷ୍ଟାର କଇଁଛ।

ଏହି ଦୁର୍ଲ୍ଲଭ କଇଁଛ ମହାରାଷ୍ଟ୍ରର ପୁଣେ ଜିଲ୍ଲାର ଇନ୍ଦାପୁରରେ ଦେଖିବାକୁ ମିଳିଛି। ଏଠାରେ ଜଣେ ବ୍ୟକ୍ତି ମାଛ ଧରିବାକୁ ଯିବା ବେଳେ ଏହି କଇଁଛକୁ ଦେଖିଥିଲେ। ସେ ଏଭଳି କଇଁଛ ଆଗୁରୁ କେବେ ଦେଖିନଥିବାରୁ ଗାଁକୁ ଆଣି ଦେଖାଇଥିଲେ। କଇଁଛର ପିଠିରେ ଚମକଦାର ତାରା ଚିହ୍ନ ରହିଛି।

tortise2

ଇଣ୍ଡିଆନ ଷ୍ଟାର କଇଁଛକୁ ପାଳନ କରିବା ବେଆଇନ। ଏହାର ଚାଲାଣ ବି ବେଆଇନ। ଏହାକୁ ଇଣ୍ଟରନ୍ୟାସନାଲ ୟୁନିୟନ ଫର କଞ୍ଜର୍ଭେସନ ଅଫ ନେଚର ( IUCN)ର ଲୁପ୍ତପ୍ରାୟ ପ୍ରଜାତିର ରେଡ ଲିଷ୍ଟରେ ଅସମ୍ବେଦନଶୀଳ ରୂପେ ରଖାଯାଇଛି। ଏହି ପ୍ରଜାତିର କଇଁଛ ଦକ୍ଷିଣ ଆଫ୍ରିକା, ପାକିସ୍ତାନ, ମିଆଁମାର, ଶ୍ରୀଲଙ୍କା ଓ ଭାରତର ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.