Below header

ପ୍ରଥମ ଟେଷ୍ଟ ପ୍ରଥମ ଦିନ : ୧୫୦ ରନ୍‌ରେ ମାଟି କାମୁଡ଼ିଲା ବାଂଲାଦେଶ, ଭାରତ ୮୬/୧

ବିଦର୍ଭ : ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ପଡ଼ିଲା ୧୨ଟି ଓ୍ଵିକେଟ୍‌ । ମାତ୍ର ୧୫୦ ରନ୍‌ରେ ଅଲ୍‌ଆଉଟ୍‌ ହେଲା ବାଂଲାଦେଶ । ଏହାପରେ ପ୍ରଥମ ପାଳି ଆରମ୍ଭ କରି ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଗୋଟିଏ ଓ୍ଵିକେଟ୍‌ ହରାଇ ୮୬ ରନ୍‌ କରିଛି । ରୋହିତ ଶର୍ମା ମାତ୍ର ୬ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ମୟଙ୍କ ଅଗ୍ରଓ୍ଵାଲ ୩୭ ରନ୍‌ ଏବଂ ଚେତେଶ୍ୱର ପୂଜାରା ୪୩ ରନ୍‌ କରି ଅପରାଜିତ ଅଛନ୍ତି । ଭାରତ ଆଉ ୬୪ ରନ୍‌ ପଛରେ ରହିଛି ।
ପୂର୍ବରୁ ମାତ୍ର ୫୮.୩ ଓଭରରେ ୧୫୦ ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିଲା । ଅଧିନାୟକ ମୋଇନ୍‌ ଉଲ୍‌ ହକ୍‌ ୩୭, ମୁସଫିକର ରହିମ ସର୍ବାଧିକ ୪୩ ରନ୍‌ କରିଥିଲେ । ଭାରତ ପକ୍ଷରୁ ପେସ୍‌ ବୋଲର୍‌ ଇଶାନ୍ତ ଶର୍ମା, ଉମେଶ ଯାଦବ ଦୁଇଟି ଲେଖାଏଁ ଏବଂ ମହମ୍ମଦ ସାମି ୩ଟି ଓ୍ଵିକେଟ୍‌ ନେଇଛନ୍ତି । ସ୍ପିନର ଆର୍‌. ଅଶ୍ୱିନ୍‌ଙ୍କୁ ମିଳିଛି ୨ଟି ଓ୍ଵିକେଟ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.