ବଲାଙ୍ଗିର: ଢୋଲ ନିଶାନ ତାଶା ଓ ଘଣ୍ଟ ବାଦ୍ୟରେ କମ୍ପିଲା ବଲାଙ୍ଗିରର ବଙ୍ଗୋମୁଣ୍ଡା ଗାଁ, ପାଳନ ହୋଇଛି ଧନୁଯାତ୍ରା

ବଲାଙ୍ଗିର(କେନ୍ୟୁଜ୍): ଢୋଲ ନିଶାନ ତାଶା ଓ ଘଣ୍ଟ ବାଦ୍ୟରେ କମ୍ପିଲା ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଗାଁ । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମହା ଆଡମ୍ବରରେ ପାଳିତ ହୋଇଯାଇଛି ବଙ୍ଗୋମୁଣ୍ଡା ଧନୁଯାତ୍ରା । ଗୋହତପଦର ଗୋପପୁର ହୋଇଥିବା ବେଳେ ବଙ୍ଗୋମୁଣ୍ଡା ହୋଇଥିଲା ମଥୁରା । ଅପରାହ୍ନରେ ବାହାରିଥିଲା ମହାରାଜା କଂସଙ୍କ ନଗର ପରିକ୍ରମା ଶୋଭାଯାତ୍ରା । ଯେଉଁଠି ପ୍ରଜାଙ୍କ ସାମାନ୍ୟ ଦୋଷ ତ୍ରୁଟି ଦେଖୁଥିଲେ ସେଠି କଠୋର ଦଣ୍ଡ ବିଧାନ କରୁଥିଲେ । ସେହପରି ଅନ୍ୟପଟେ ଚାଲିଥିଲା ଶ୍ରୀକୃଷ୍ଣ ଏବଂ ବଳାରାମଙ୍କ ଶୋଭାଯାତ୍ରା । ଦୁଲଦୁଲି , ଢୋଲ ନିଶାନ, ଘଣ୍ଟ ବାଦ୍ୟର ତାଳେ ତାଳେ ନାଚି ନାଚି ଦୁଇ ଭାଇଙ୍କୁ ସ୍ୱାଗତ କରିଥିଲେ ଗ୍ରାମବାସୀ । ଶୋଭାଯାତ୍ରା ସହ ମୀନାବଜାର ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ଉଠାଇଥିଲେ ଦର୍ଶକ । ଚଳିତ ବର୍ଷ ଧନୁଯାତ୍ରାର ଉଦଯାପନୀ ଦିନରେ ଅତିଥି ଭାବେ ଯୋଗ ଦେଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଏବଂ କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ହାଜି ମହମ୍ମଦ ଆୟୁବ ଖାଁ । ଦୀର୍ଘ ୩୩ ବର୍ଷ ଧରି ବଙ୍ଗୋମୁଣ୍ଡାରେ ଏହି ଧନୁଯାତ୍ରା ପାଳିତ ହୋଇ ଆସୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.