ଭାରତ ସୀମାରେ ପାକିସ୍ତାନର ଟ୍ୟାଙ୍କ ଓ ଏସ୍‌ଏସ୍‌ଜି କମାଣ୍ଡୋ, ଜବାବ ଦେବାକୁ ତୟାର ସେନା

ନୂଆଦିଲ୍ଲୀ : ସବୁବେଳେ କର୍ମ ଖରାପ, ସବୁବେଳେ ଚିନ୍ତାଧାରା ବି ଖରାପ । ତେଣୁ ଭାରତ ସୀମାରେ କିଛି ନା କିଛି ସମସ୍ୟା ସୃଷ୍ଟି କରି ଆସୁଛି ପାକିସ୍ତାନ । ନିୟମିତ ଭାବେ ଯୁଦ୍ଧ ବିରତି ଉଲ୍ଲଂଘନ କରିବା, ଆତଙ୍କବାଦୀଙ୍କୁ ଭାରତ ଭିତରେ ଅନୁପ୍ରବେଶ କରାଇବା ଆଦି ଭାରତ ବିରୋଧୀ କାର୍ଯ୍ୟରେ ଲିପ୍ତ ରହିଛି ପାକିସ୍ତାନ । ଏବେ ସୀମାରେ ସମରସଜ୍ଜା ଆରମ୍ଭ କରିଛି । ଠିକ୍‌ ଏଲ୍‌ଓସି ନିକଟରେ ଟ୍ୟାଙ୍କ ଆଦି ପ୍ରସ୍ତୁତ କରି ରଖିବା ସହିତ ଏସ୍‌ଏସ୍‌ଜି କମାଣ୍ଡୋ ମୁତୟନ ଅଛନ୍ତି । ଏହାକୁ ଦେଖଇ ଭାରତ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି । ସୀମାରେ ପାଟ୍ରୋଲିଂ ବଢ଼ାଇ ଦିଆଯାଇଛି ।

PAK-2ଗତ ଅଗଷ୍ଟ ୫ ତାରିଖରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଯିବା ପରେ ପାକିସ୍ତାନ ସେନା ସଜାଗ ରହିଥିଲା । ତେବେ ବର୍ତ୍ତମାନ ଏହା ପୂରାପୂରି ଏଲ୍‌ଓସି ନିକଟକୁ ଚାଲି ଆସିଛି । ତେଣୁ ଦୁଇ ଦେଶ ମଧ୍ୟରେ ସୀମାରେ ଉତ୍ତେଜନା ବଢ଼ିବାର ଆଶଙ୍କା ସୃଷ୍ଟି ହୋଇଛି । ପୂର୍ବରୁ ପାକିସ୍ତାନ ସେନା ଟ୍ୟାଙ୍କ ଦ୍ୱାରା ଭାରତୀୟ ସେନା ଶିବିର ଏବଂ ଗାଁଗୁଡ଼ିକୁ ଟାର୍ଗେଟ୍‌ କରିଥିଲା । ଏହା ଫଳରେ ଅନେକ ଭାରତୀୟ ନାଗରିକ ଆହତ ହୋଇଛନ୍ତି । ଚଳିତ ବର୍ଷ ପାକିସ୍ତାନ ୨୪୭୨ ଥର ଯୁଦ୍ଧ ବିରତି ଉଲ୍ଲଂଘନ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.