ପ୍ରଥମ ଟେଷ୍ଟ: ଭାରତ ୩୨୭ରେ ଅଲଆଉଟ୍‌, ତୃତୀୟ ଦିନରେ ମାତ୍ର ୫୫ ରନରେ ୭ଟି ଓ୍ଵିକେଟ ହରାଇଲା ଟିମ୍‌ ଇଣ୍ଡିଆ, ଘରୋଇ ଦଳ ୯୮ ରନ୍‌ରେ ହରାଇଲା ୪ ଓ୍ଵିକେଟ୍‌

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜାରି ରହିଥିବା ବକ୍ସିଂ ଡେ’ ଟେଷ୍ଟର ପ୍ରଥମ ଇନିଂସରେ ୩୨୭ ରନରେ ଅଲଆଉଟ ହୋଇଛି ଟିମ୍‌ ଇଣ୍ଡିଆ । ବର୍ଷା ବାଧାପ୍ରାପ୍ତ ଟେଷ୍ଟରେ ଦ୍ବିତୀୟ ଦିନ ଆଦୌ ଖେଳ ସମ୍ଭବପର ହୋଇନଥିଲା । ପ୍ରଥମ ଦିବସରେ ଜବରଦସ୍ତ ବ୍ୟାଟିଂ କରି ମଙ୍ଗଳବାର ତୃତୀୟ ଦିବସରେ ଟିମ୍ ଇଣ୍ଡିଆ ବ୍ୟାଟିଂ ବିପର୍ଯ୍ୟସ୍ତ। ଲୁଙ୍ଗି ଏନଗିଡି ଓ କାଗିସୋ ରବାଡାଙ୍କ ଘାତକ ବୋଲିଂକୁ ସାମ୍ନା କରିନପାରି ଭାରତ ପ୍ରଥମ ଇନିଂସରେ ୩୨୭ ରନ୍ କରି ଅଲଆଉଟ୍ ହୋଇଛି। ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୩ ୱିକେଟ୍ ହରାଇ ୨୭୨ ରନ୍ କରିଥିଲା। ହେଲେ  ୨୭୧ ରନରେ ୩ ୱିକେଟ୍ ହରାଇଥିବା ଦଳ ଆଜି ତୃତୀୟ ଦିନ​‌ରେ ମାତ୍ର ୫୬ରନରେ ୭ଟି ୱିକେଟ୍ ହରାଇଛି ।

SCORE-1

SCORE-2

ଭାରତ ପକ୍ଷରୁ ଲୋକେଶ ରାହୁଲ୍ ୧୨୩ ଓ ମୟଙ୍କ ଅଗ୍ରଓ୍ଵାଲ ୬୦, କୋହଲି ୩୫, ଅଜିଙ୍କ୍ୟ ରାହାଣେ ୪୮ ରନ୍ କରି ଆଉଟ୍ ହୋଇଛନ୍ତି। ସେହିପରି ପୂଜାରା ୦, ଋଷଭ ପନ୍ତ ୮, ଅଶ୍ୱିନୀ ୪, ଶାର୍ଦ୍ଦଳୁ ଠାକୁର ୪, ବୁମରା ୧୪ ରନ୍‌ କରି ଆଉଟ୍‌ ହୋଇଥିଲେ। ସେହିପରି ଦକ୍ଷିଣ ଆଫ୍ରିକା ଏନଗିଡି ୬ଟି ଓ ରବାଡା ୩ଟି ୱିକେଟ୍ ହାସଲ କରିଛନ୍ତି। ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ ବ୍ୟାଟିଂ ଜାରି ରଖିଛି । ଦ୍ୱିତୀୟ ଇନିଂସରେ ସାଉଥ ଆଫ୍ରିକା ଟିମ୍‌ ୩୦ ଓଭର ସୁଦ୍ଧା ୪ ଓ୍ଵିକେଟ୍‌ ହରାଇ ମାତ୍ର ୯୮ ରନ୍‌ କରିଛି । ଭାରତ ପକ୍ଷରୁ ମହମ୍ମଦ ସାମି ୨ଟି ଏବଂ ଯଶପ୍ରୀତ ବୁମରା ଓ ସିରାଜ ମହମ୍ମଦ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇଛନ୍ତି ।

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ରବିବାର ଠାରୁ ସେଞ୍ଚରିୟନ ଷ୍ଟାଡିୟମରେ ଆରମ୍ଭ ହୋଇଥିଲା ବକ୍ସିଂ ଡେ ଟେଷ୍ଟ । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ । ଲୋକେସ ରାହୁଲଙ୍କ ଦମଦାର ଅପରାଜିତ ଶତକ ବଳରେ ପ୍ରଥମ ଦିନଖେଳ ଶେଷ ସୁଦ୍ଧା ଦୃଢ ସ୍ଥିତିରେ ରହିଥିଲା ଭାରତୀୟ ଦଳ । ଓପନିଂ ବ୍ୟାଟିଂ ଆସିଥିବା ଲୋକେସ ରାହୁଲ ଏବଂ ମୟଙ୍କ ଅଗ୍ରଓ୍ବାଲ ଚମତ୍କାର ଆରମ୍ଭ କରିଥିଲେ । ଦୁହେଁ ବିନା ଓ୍ବିକେଟରେ ଶତକୀୟ ଇନିଂସ ଖେଳିଛନ୍ତି । ପ୍ରଥମ ଓ୍ବିକେଟ ପାର୍ଟନରସିପ୍‌ରେ ମୟଙ୍କ-ରାହୁଲ ଯୋଡି ୧୪୭ ରନ କରିଥିଲେ । ମୟଙ୍କ ଅଗ୍ରଓ୍ବାଲ ବ୍ୟକ୍ତିଗତ ଭାବେ ୬୦ ରନକରି ଆଉଟ ହୋଇଥିଲେ । ପେସ୍‌ ବୋଲର ଲୁଙ୍ଗି ଏନ୍‌ଗିଡି ୭୧ ରନ୍‌ ଦେଇ ୬ଟି ଓ୍ଵିକେଟ୍‌ ନେବା ସହ ଭାରତକୁ ବଡ଼ ସ୍କୋର କରିବାରୁ ରୋକିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.