ଦିନିକିଆ ସିରିଜ ହାତେଇବା ପରେ ଏବେ ଟି-୨୦ ଉପରେ ଟିମ୍ ଇଣ୍ଡିଆର ନଜର, ଆଜି ଖେଳାଯିବ ପ୍ରଥମ ମ୍ଯାଚ

ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦ ମ୍ୟାଚ । କଲମ୍ବୋର ଆର୍. ପ୍ରେମଦାସା ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦୁଇ ଦଳ । ଭାରତୀୟ ସମୟ ରାତି ୭ ଟା ୩୦ ରେ ଆରମ୍ଭ ହେବ ମ୍ୟାଚ୍ । ଦୃଢ ମନୋବଳ ସହ ପଡିଆକୁ ଓହ୍ଲାଇବ ଦିନିକିଆ ସିରିଜକୁ ହାତେଇ ସାରିଥିବା ଟିମ୍ ଇଣ୍ଡିଆ । ୨-୧ରେ ଦିନିକିଆ ସିରିଜ ଜିତି ଟିମ୍ ଇଣ୍ଡିଆରେ ଟି-୨୦ ଉପରେ ନଜର ରଖିଛି।
ସେପଟେ ସିରିଜ୍ ହାରିଥିବା ଶ୍ରୀଲଙ୍କାର ନଜର ରହିବ ଏହି ଏହି ଟି ଟେ୍ଵଣ୍ଟି ସିରିଜ୍ ଉପରେ । ତେଣୁ ମ୍ୟାଚରେ କଡା ଟକ୍କର ଦେଖିବାକୁ ମିଳିବ । ସେପଟେ ଟିମ୍ ଇଣ୍ଡିଆରେ ଦେଖିବାକୁ ମିଳିବ ନୂଆ ଚେହେରା । ଭାରତର ସ୍ପିନର ବରୁଣ ଚକ୍ରବର୍ତ୍ତୀ ଏହି ମ୍ୟାଚରୁ ଡେବ୍ୟୁ କରିବେ । ଆଇପିଏଲରେ ବରୁଣଙ୍କର ଦମଦାର ବୋଲିଂ ଦେଖିବାକୁ ମିଳିଛି । ଏବେ ଶ୍ରୀଲଙ୍କା ବିପକ୍ଷରେ ବରୁଣ କି ମ୍ୟାଜିକ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ।