ଭାରତ ବନାମ ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଟେଷ୍ଟ: ଆଜି ସନ୍ଧ୍ୟା ୭.୩୦ରୁ ମ୍ୟାଚ୍ ଆରମ୍ଭ, ଟିମରେ ହେବନି କୌଣସି ପରିବର୍ତ୍ତନ
ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଆଜିଠାରୁ ଆରମ୍ଭ ହେଉଛି । ଟିମରେ କୌଣସି ପରିବର୍ତ୍ତନ ହେବନି ବୋଲି ରୋହିତ କହିଛନ୍ତି । ଆଜି ସନ୍ଧ୍ୟା ୭.୩୦ରୁ ମ୍ୟାଚ୍ ଆରମ୍ଭ ହେବ ।
ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଆଜିଠାରୁ ଖେଳାଯିବ । ଏହି ମ୍ୟାଚ୍ କୁଇନ୍ସ ପାର୍କ ଓଭାଲ ତ୍ରିନିଦାଦାରେ ହେବ । ଭାରତୀୟ ସମୟାନୁସାରେ ସନ୍ଧ୍ୟା ୭.୩୦ରୁ ମ୍ୟାଚ୍ ଆରମ୍ଭ ହେବ । ଏହାପୂର୍ବରୁ ଡୋମିନିକାରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚକୁ ପ୍ରଥମ ପାଳି ଏବଂ ୧୪୧ ରନରେ ଜିତିଛି ଭାରତ ।
ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଟିମରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଅଧିନାୟକ ରୋହିତ ଶର୍ମା କହିଛନ୍ତି । ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଏପର୍ଯ୍ୟନ୍ତ ୯୯ ଟେଷ୍ଟ ମ୍ୟାଚ୍ ଖେଳାସରିଛି । ଏଥିମଧ୍ୟରୁ ୱେଷ୍ଟଇଣ୍ଡିଜ ୩୦ଟି ଏବଂ ଭାରତ ୨୩ଟି ମ୍ୟାଚ୍ ଜିତିଛି । ୪୬ଟି ମ୍ୟାଚ୍ ଡ୍ର ରହିଛି ।
Preps ✅#TeamIndia READY for the 2️⃣nd Test in Trinidad👍#WIvIND pic.twitter.com/tlC8GcCcav
— BCCI (@BCCI) July 20, 2023
ଭାରତୀୟ ଟିମ୍ : ରୋହିତ ଶର୍ମା(ଅଧିନାୟକ), ଯଶସ୍ୱୀ ଜୟସଓ୍ଵାଲ, ଶୁବମନ ଗିଲ୍, ଋତୁରାଜ ଗାୟକଓ୍ଵାଡ, କେଏସ ଭରତ, ଅକ୍ଷର ପଟେଲ, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ, ରବୀନ୍ଦ୍ର ଜାଡେଜା, ଈଶାନ କିଶନ(ଓ୍ଵିକେଟ କିପର), ରବିଚନ୍ଦ୍ରନ ଅଶ୍ୱିନ, ଶାର୍ଦ୍ଦୁଳ ଠାକୁର, ଜୟଦେବ ଉନ୍ମାଦକତ, ମହମ୍ମଦ ସିରାଜ, ନବଦୀପ ସଇନି, ମୁକେଶ କୁମାର ।