Below header

କାଲି ଭାରତ-ଇଣ୍ଡିଜ୍‌ ପ୍ରଥମ ଟି-୨୦, ଜୋରଦାର ଅଭ୍ୟାସ କରୁଛି ଟିମ୍‌ ଇଣ୍ଡିଆ

ହାଇଦ୍ରାବାଦ : ଆସନ୍ତାକାଲି ଆରମ୍ଭ ହେଉଛି ଭାରତ ଏବଂ େଓ୍ଵଷ୍ଟଇଣ୍ଡିଜ୍‌ ମଧ୍ୟରେ ଟି-୨୦ ସିରିଜ୍‌ । ହାଇଦ୍ରାବାଦରେ ସନ୍ଧ୍ୟା ୭ଟାରେ ଖେଳ ଆରମ୍ଭ ହେବ । ଦଳର ଶକ୍ତିକୁ ଦେଖିଲେ ଟିମ୍‌ ଇଣ୍ଡିଆ ଇଣ୍ଡିଜ୍‌ ଠାରୁ ବହୁତ ଶକ୍ତିଶଳୀ । ତେବେ ୨୦ ଓଭର ଖେଳରେ କେତେବେଳେ ବାଜି କାହା ପକ୍ଷକୁ ଯିବ ତାହା ଏବେ ଠାରୁ କହିବା ମୁସ୍କିଲ । ତଥାପି ବିରାଟ କୋହଲିଙ୍କ ଦଳ ଉଭୟ ବ୍ୟାଟିଂ ଓ ବୋଲିଂରେ ଇଣ୍ଡିଜ୍‌ ଠାରୁ ବହୁତ ଆଗରେ । ତେଣୁ ମ୍ୟାଚ୍‌ ଘରୋଇ ଦଳ ପକ୍ଷକୁ ଆସିବ ବୋଲି ଫ୍ୟାନ୍‌ମାନେ ଦୃଢ଼ ବିଶ୍ୱାସୀ ଅଛନ୍ତି ।


ଗତକାଲି ଠାରୁ ଭାରତୀୟ ଖେଳାଳିମାନେ ଷ୍ଟାଡିୟମ୍‌ରେ କଠିନ ଅଭ୍ୟାସ କରିଛନ୍ତି । ଓ୍ଵିକେଟ୍‌ ଭିତରେ ରନିଂରେ ଆହୁରି ଦ୍ରୁତ ଗତି ଆଣିବା ଲାଗି ନୂଆ ପ୍ରକାର କୌଶଳରେ ଡ୍ରିଲ୍‌ କରିଥିଲେ । ଜଣେ ଖେଳାଳି ପଛ ପଟେ ଏକ ରୁମାଲ ଟଙ୍ଗା ଯାଇଥିଲା । ସେ ଦୌଡ଼ିବା ପରେ ତାଙ୍କ ପଛରେ ଆଉ ଜଣେ ଖେଳାଳି ଦୌଡ଼ି ରୁମାଲ ଛଡ଼ାଇ ଆଣୁଥିଲେ । ଖୁବ୍‌ ମଜା ଭିତରେ ଅଭ୍ୟାସ ବି ଚାଲିଥିଲା । ଟିମ୍‌ରେ ଏକତା ଦେଖିଲେ ଜଣାପଡୁଛି ଯେକୌଣସି ମୁକାବିଲା ପାଇଁ ସେମାନେ ପ୍ରସ୍ତୁତ ।
ରୋହିତଙ୍କୁ ମାରିବାକୁ ହେବ ଆଉ ଗୋଟିଏ ଛକା

INDIA-2କାଲିର ମ୍ୟାଚ୍‌ରେ ଭାରତର ଓପ୍ନର ରୋହିତ ଶର୍ମା ଏକ ମାଇଲ୍‌ ଖୁଣ୍ଟ ସ୍ଥାପନ କରିବେ । ପୂର୍ବରୁ ସେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସର୍ବାଧିକ ଛକା ମାରିଥିବା ବ୍ୟାଟ୍‌ସମ୍ୟାନ୍‌ ଭାବେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଆଉ ଗୋଟିଏ ଛକା ମାରିଲେ ୪୦୦ରେ ପହଞ୍ଚିବେ । ବିଶ୍ୱ ତାଲିକାରେ ତାଙ୍କ ପଛକୁ ଅଛନ୍ତି ବ୍ରେଣ୍ଡନ୍‌ ମ୍ୟାକ୍‌କୁଲମ । ସେ ୩୯୮ ଛକା ମାରିଛନ୍ତି । ତେବେ ଶୀର୍ଷରେ ଅଛନ୍ତି ଇଣ୍ଡିଜ୍‌ର ଛକା ମାଷ୍ଟର କ୍ରିସ୍‌ ଗେଲ୍‌ । ଗେଲ୍‌ ଏପର୍ଯ୍ୟନ୍ତ ସର୍ବାଧିକ ୫୩୪ଟି ଛକା ମାରିଛନ୍ତି ।

କାଲିର ମ୍ୟାଚ୍‌ ପୂର୍ବରୁ ଅଧିନାୟକ ବିରାଟ କୋହଲି ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ କଣ କହିଛନ୍ତି ଶୁଣନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.