ମହାକାଶରେ ହୋଟେଲ କରିବ ନାସା! ପ୍ରସ୍ତୁତି ଶେଷ

ଆପଣ ଦୁନିଆର ଯେଉଁ ସ୍ଥାନକୁ ବି ବୁଲିବାକୁ ଯାଆନ୍ତୁ ନା କାହିଁକି, ସେଠି ଆପଣଙ୍କର ପ୍ରଥମ ପ୍ରାଥମିକତା ରହିବ ଭଲ ହୋଟେଲର ଚୟନ, ଯେଉଁଠି ଆପଣ ରାତିରେ ଆରାମରେ ସମୟ ବିତାଇ ପାରିବେ। କିନ୍ତୁ ଆପଣଙ୍କୁ ଏହା ଜଣାଅଛି କି, ଆମେରିକୀୟ ମହାକାଶ ଏଜେକ୍ସି (ନାସା) ମହାକାଶରେ ଠିକ୍ ଏମିତି ହିଁ ଏକ ହୋଟେଲ ସ୍ଥାପନ କରିବ? ଯଦିଓ ସେହି ହୋଟେଲ ମଣିଷଙ୍କ ପାଇଁ ହେବନି, କିନ୍ତୁ ତାହା ରୋବୋଟଙ୍କ ପାଇଁ ତିଆରି କରାଯିବ।

nasa1

ମହାକାଶ ମିଶନରେ ଯାଉଥିବା ରୋବୋଟଙ୍କୁ ସେଠାରେ ରହିବା ପାଇଁ ଜାଗାର ଆବଶ୍ୟକ ପଡ଼ିଥାଏ। ଏହାକୁ ନଜରରେ ରଖି ନାସା ରୋବୋଟିକ୍ ଟୁଲ୍ ଷ୍ଟୋଜ୍ (ଆରଟିଟିଏସ୍) ନିଜର ଆଗାମୀ ଲଞ୍ଚିଙ୍ଗରେ ଅନ୍ତରାଷ୍ଟ୍ରୀୟ ରୋବୋଟ୍ ଷ୍ଟେଶନ ବାହାରେ ଏକ ‘ରୋବୋଟ ହୋଟେଲ’ ସଂଯୋଗ କରିବାକୁ ଯାଉଛି। ଏହା ଏକ ସୁରକ୍ଷିତ ଷ୍ଟୋରେଜ୍ ୟୁନିଟ୍ ହେବ, ଯେଉଁଠି ଗୁରୁତ୍ବପୂର୍ଣ୍ଣ ରୋବୋଟିକ୍ ଯନ୍ତ୍ରାଂଶ ସବୁ ରଖାଯାଇପାରିବ।

nasa2

ଏହାସହ ପଢ଼ନ୍ତୁ: ବୁଝି ବିଚାରି ସୋସିଆଲ ମିଡିଆରେ ପୋଷ୍ଟ କରନ୍ତୁ ନିଜ ପିଲାର ଫଟୋ, ନଚେତ ହୋଇପାରେ ଏଭଳି କ୍ଷତି

୪ ଡିସେମ୍ବରରୁ ଆରମ୍ଭ ହୋଇଥିବା ୧୯ତମ ସ୍ପେସ୍ ଏକ୍ସ କମର୍ଶିଆଲ ଲଞ୍ଚିଙ୍ଗରେ ଏହି ହୋଟେଲକୁ ସ୍ଥାପିତ କରାଯିବାକୁ ପ୍ରୟାସ କରାଯାଉଛି। ଏହାର ପ୍ରଥମ ନିବାସୀ ହେବେ ଦୁଇଟି ରୋବୋଟିକ୍ ଲିକ୍ ଲୋକେଟର। ଏହି ହୋଟେଲରେ ବ୍ହତ୍ ସ୍ପେକ୍ଟ୍ରୋମିଟର ସହ ଆଉଟଫିଟ୍ ରହିବ, ଯାହାକି ଆମେନିଆ ଭଳି ଗ୍ୟାସର ଉପସ୍ଥିତିକୁ ଶୁଙ୍ଘିବାର କ୍ଷମତା ରଖିବ।

nasa3

ଷ୍ଟେଶନରେ କୌଣସି ପ୍ରକାର ହେବାକୁ ଥିବା ଲିକ୍କୁ ପତ୍ତା ଲଗାଇବା ପାଇଁ ଏହି ରୋବୋଟିକ୍ ଉପକରଣ ବ୍ୟବହାର କରାଯାଇଥାଏ। ଏବେ ମହାକାଶ ଷ୍ଟେଶନରେ ଦୁଇଟି ଆରଇଏଲ୍ ୟୁନିଟ୍ ରହିଛି। ପ୍ରଥମ ଆରଇଏଲ୍ ୨୦୧୫ରେ ଲଞ୍ଚ୍ କରାଯାଇଥିଲା, ଯାହାକି ସଫଳ ମଧ୍ୟ ହୋଇଥିଲା। ଆଉ ଏହାର ସଫଳତା ପରେ ଦ୍ବିତୀୟ ଆରଇଏଲ୍ ଚଳିତବର୍ଷ ପ୍ରାରମ୍ଭରେ ବ୍ୟାକ୍ଅପ ରୂପରେ ଲଞ୍ଚ କରାଯାଇଥିଲା।

nasa5

ଏହାସହ ପଢ଼ନ୍ତୁ: ପୃଥିବୀର ଏମିତି ଏକ ଚର୍ଚ୍ଚ ଯାହାକୁ ୪୦ ହଜାର ଲୋକଙ୍କ ହାଡ଼ରେ ସଜାଯାଇଛି

ଏହି କାମ ଲାଗି ହଉଷ୍ଟନସ୍ଥିତ ଜନସନ ସ୍ପେସ୍ ସେଣ୍ଟରର ନ୍ୟୁଟ୍ରଲ ବ୍ୟୁୟେନ୍ସି ଲ୍ୟାବରେ ଆରଆଇଟିଏସ୍ ସ୍ପେସୱାକ୍ ଇନଷ୍ଟାଲେଶନ ପ୍ରକ୍ରିୟାର ପରୀକ୍ଷଣ କରାଯାଉଥିଲା। ତେବେ ନାସା କରିବାକୁ ଯାଉଥିବା ଏହି ମହାକାଶ ହୋଟେଲ ରୋବୋଟଙ୍କ ପାଇଁ କେତେ ସଫଳ ରହିବ, ତାହା ଆଗାମୀ ଦିନରେ ହିଁ ଜଣାପଡ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.