ଆଜଲାନ୍ ଶାହା କପ୍ ହକି ଫାଇନାଲ୍ରେ କାଲି ଭାରତ ଓ କୋରିଆ ମୁକାବିଲା

ଇପୋ (ମାଲେସିୟା) : ଏଠାରେ ଚାଲିଥିବା ସୁଲତାନ ଆଜଲାନ୍ ଶାହ କପ୍ ହକି ଟୁର୍ଣ୍ଣାମେଣ୍ଟର ଫାଇନାଲ୍ରେ ଭାରତର ମୁକାବିଲା ହେବ କୋରିଆ ସହିତ । ଆସନ୍ତାକାଲି ଫାଇନାଲ୍ ମ୍ୟାଚ୍ ଖେଳାଯିବ ।
ଗତକାଲି ରାଉଣ୍ଡ ରବିନ୍ ଲିଗ୍ର ଶେଷ ମ୍ୟାଚ୍ରେ ଭାରତ ଶୋଚନୀୟ ଭାବେ ୧୦-୦ ଗୋଲ୍ରେ ପୋଲାଣ୍ଡକୁ ପରାସ୍ତ କରିଥିଲା । ପ୍ରମୁଖ ଟାଇଟଲ୍ ଦାବିଦାର ମନପ୍ରୀତ ସିଂହଙ୍କ ଭାରତୀୟ ଦଳ ବର୍ତ୍ତମାନ ସୁଦ୍ଧା ଅପରାଜେୟ ରହିଛି । ଗତକାଲିର ମ୍ୟାଚ୍ରେ ଦୁର୍ବଳ ପୋଲାଣ୍ଡ ବିପକ୍ଷରେ ମନଇଚ୍ଛା ଗୋଲ୍ କରି ମଧ୍ୟାନ୍ତର ସୁଦ୍ଧା ଭାରତ ୬-୦ରେ ଆଗୁଆ ଥିଲା । ମନଦୀପ ସିଂହ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିଚେିତ ହୋଇଥିଲେ । ସେ ଏପର୍ଯ୍ୟନ୍ତ ବ୍ୟକ୍ତିଗତ ଭାବେ ୭ଟି ଗୋଲ୍ ଦେଇ ଟୁର୍ଣ୍ଣାମେଣ୍ଟର ସର୍ବାଧିକ ସ୍କୋରର ହୋଇଛନ୍ତି ।