ପଞ୍ଚମ ତଥା ଅନ୍ତିମ ଦିନିକିଆରେ ନ୍ୟୁଜିଲାଣ୍ଡକୁ ୩୫ ରନରେ ହରାଇ ଭାରତ ବିଜୟୀ

ୱେଲିଂଟନ୍ : ଶେଷ ମ୍ୟାଚ୍‌ ସହ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ ଜିତିଲା ଟିମ୍‌ ଇଣ୍ଡିଆ । ୱେଲିଂଟନରେ ଭାରତ ଠାରୁ ୩୫ ରନରେ ପରାସ୍ତ ହୋଇଛି କିଓ୍ଵି ବାହିନୀ । ଏଥିସହ ୫ ଟିକିଆ ସିରିଜକୁ ମେନ ଇନ ବ୍ଲୁ ୪-୧ରେ କବଜା କରିଛି । ଭାରତର ୨୫୩ ରନ୍‌ ଟାର୍ଗେଟ୍‌କୁ ପିଛା କରୁଥିବା ଘରୋଇ ଦଳ ୪୪ ଦଶମିକ ୧ ଓଭରରେ ୨୧୭ ରନ କରି ଅଲଆଉଟ ହୋଇଥିଲା । ଦଳ ପକ୍ଷରୁୁ ଜେମ୍ସ ନିସାମ ୪୪ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ଓ୍ଵିଲିୟମସନ ୩୯ ଓ ଟମ ଲାଥମ ୩୭ ରନ କରିଥିଲେ । ଭାରତ ପକ୍ଷରୁ ଚହଲ ସର୍ବାଧିକ ୩ଟି ଓ୍ଵିକେଟ ନେଇଥିଲେ । ସାମି ଓ ପାଣ୍ଡ୍ୟାଙ୍କୁ ଦୁଇଟି ଲେଖାଏଁ ଓ୍ଵିକେଟ ମିଳିଥିଲା ।

Ambati Rayuduଦମଦାର ପ୍ରଦର୍ଶନ ପାଇଁ ଅମ୍ବାତୀ ରାଇଡୁ ମ୍ୟାନ ଅଫ ଦ ମ୍ୟାଚ ଓ ମହମ୍ମଦ ସାମି ମ୍ୟାନ ଅଫ ଦ ସିରିଜ ଭାବେ ପୁରସ୍କୃତ କରାଯାଇଛି । ୱେଲିଂଟନରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପ୍ରାରମ୍ଭିକ ବ୍ୟାଟିଂ ବିପର‌୍ୟ୍ୟୟର ସାମନା କରିଥିଲା। ତେବେ ରାଇଡୁ ଓ ବିଜୟ ଶଙ୍କର ଇନିଂସ ସମ୍ଭାଳିଥିଲେ । ୯୦ ରନ କରି ରାଇଡୁ ଆଉଉ ହୋଇଥିଲେ । ସେହିପରି ୨୨ଟି ବଲରୁ ୨ଟି ଚୌକା ଓ ୫ଟି ବିଶାଳ ଛକ୍କା ଜରିଆରେ ୪୫ ରନ୍‌ର ଧୂଆଁଧାର ଇନିଂସ ଖେଳିଥିଲେ ହାର୍ଦ୍ଦିକ୍‌ ପାଣ୍ଡ୍ୟା । ଫଳରେ ଟିମ୍‌ ଇଣ୍ଡିଆ ୨୫୨ ରନ୍‌ କରିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.