ନ୍ୟୁଜିଲାଣ୍ଡ ଗସ୍ତ : ମିତାଲି ଓ ହରମନପ୍ରୀତ ଅଧିନାୟିକା ମନୋନୀତ

ନୂଆଦିଲ୍ଲୀ : ଭାରତୀୟ ମହିଳା କ୍ରିକେଟ୍ ଟିମ୍ର ନୂଆ କୋଚ୍ ନିଯୁକ୍ତି ହେବା ପରେ ଆଜି ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଦଳ ଘୋଷଣା କରାଯାଇଛି । କୋଚ୍ ପ୍ରସଙ୍ଗରେ ବିବାଦୀୟ ହୋଇପଡ଼ିଥିବା ଷ୍ଟାର ଖେଳାଳି ମିତାଲି ରାଜ ଦିନିକିଆ ଦଳ ଏବଂ ହରମନପ୍ରୀତ କୌର ଟି-ଟେ୍ଵଣ୍ଟି ଦଳର ଅଧିନାୟିକା ମନୋନୀତ ହୋଇଛନ୍ତି ।

ଆସନ୍ତା ଜାନୁଆରୀ ମାସରେ ଭାରତୀୟ ମହିଳା କ୍ରିକେଟ୍ ଦଳର ନ୍ୟୁଜିଲାଣ୍ଡ ଗସ୍ତରେ ଯାଇ ୩ଟି ଏକଦିବସୀୟ ଏବଂ ୩ଟି ଟି-ଟେ୍ଵଣ୍ଟି ମ୍ୟାଚ୍ ଖେଳିବ । ଜାନୁଆରୀ ୨୪ରୁ ସିରିଜ୍ ଆରମ୍ଭ ହେବ । େଓ୍ଵଷ୍ଟଇଣ୍ଡିଜ୍ରେ ଟି-ଟେ୍ଵଣ୍ଟି ବିଶ୍ୱ କପ୍ ପରେ ଭାରତୀୟ ଦଳର ଏହି ପ୍ରଥମ ସିରିଜ୍ । ଗତକାଲି ଭାରତୀୟ ଦଳର ପୂର୍ବତନ ଟେଷ୍ଟ ଓପ୍ନର ଓକେରି ରମଣଙ୍କୁ ଦଳର କୋଚ୍ ନିଯୁକ୍ତ କରାଯାଇଥିଲା ।