Below header

ନାଷ୍ଟ୍ରଡମସ୍‌ର ଭବିଷ୍ୟବାଣୀ : ୨୦୧୯ରେ ତୃତୀୟ ବିଶ୍ୱଯୁଦ୍ଧ !

ଦୀର୍ଘ ବର୍ଷ ଧରି ନଷ୍ଟ୍ରାଡମସ୍‌ର ଭବିଷ୍ୟବାଣୀକୁ ନେଇ ଆଲୋଚନା ସମାଲୋଚନା ଓ ପର୍ଯ୍ୟାଲୋଚନା ହୋଇଛି । କେତେବେଳେ କିଛି କଥା ସତ ହୋଇଛି ତ ଆଉ କେବେ ମିଥ୍ୟା ପ୍ରମାଣିତ ହୋଇଛି । ଅନେକ ସମୟରେ ଘଟଣା ଘଟିଗଲା ପରେ ଲୋକେ କହିଛନ୍ତି ଏହା ନଷ୍ଟ୍ରାଡମସ୍‌ ପୂର୍ବରୁ କହିଥିଲା ।
ଠିକ୍‌ ଆମ ‘ମାଳିକା’ ଭଳିନ ଷ୍ଟ୍ରାଡମସ୍‌ ଅନେକ ଭବିଷ୍ୟବାଣୀ କରିଛି ଏବେ ୨୦୧୮ ବର୍ଷ ଯାଇ ଆସୁଛି ୨୦୧୯ । ତା ପୂର୍ବରୁ ନଷ୍ଟ୍ରାଡମସ୍‌ର ଭବିଷ୍ୟବାଣୀକୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି । ସବୁଠାରୁ ବେଶି ଆଲୋଚନା ହେଉଛି ତୃତୀୟ ବିଶ୍ୱଯୁଦ୍ଧ ଉପରେ ତାଙ୍କର ଭବିଷ୍ୟବାଣୀକୁ ନେଇ । ଏଥିରେ କୁହାଯାଇଛି ‘ଗ୍ଲୋବାଲ ଓ୍ଵାର୍ମିଂକୁ ନେଇ ବିଶ୍ୱରେ ବଡ଼ ସମସ୍ୟା ସୃଷ୍ଟି ହେବ । ଏହି କ୍ଷେତ୍ରରେ ଚୀନ୍‌ ନୂଆ କରି ବିଶ୍ୱର ନେତୃତ୍ୱ ଭାର ବହନ କରିବ । ଦୁଇ ସୁପର ପାଓ୍ଵାର ମଧ୍ୟରେ ଆରମ୍ଭ ହେବ ଲଢ଼େଇ । ଯାହା ରୂପ ନେବ ତୃତୀୟ ବିଶ୍ୱଯୁଦ୍ଧର । ଖ୍ରୀଷ୍ଟଧର୍ମ ବିରୋଧୀ ଶେଷ ପୋପ୍‌ ବେନେଡିକ୍ଟ-୧୬ଙ୍କୁ ହତ୍ୟା କରିବା ପରେ ଯୁଦ୍ଧା ଆରମ୍ଭ ହେବ । ଫ୍ରାନ୍ସରୁ ହିଁ ବିଶ୍ୱଯୁଦ୍ଧ ଆରମ୍ଭ ହେବ ବୋଲି ନଷ୍ଟ୍ରାଡମ୍ସରେ ଉଲ୍ଲେଖ ରହିଛି । ପୁଣି ନିର୍ଦ୍ଦିଷ୍ଟ ଦିନ ଧାର୍ଯ୍ୟ କରାଯାଇଛି । ୨୦୧୯ ଜୁଲାଇ ୨୩ ତାରିଖରେ ପୂର୍ଣ୍ଣ ସୂର୍ଯ୍ୟପରାଗ ଦିନରୁ ହିଁ ବିଶ୍ୱର ବିଭିନ୍ନ ସ୍ଥାନରେ ବିପର୍ଯ୍ୟୟ ଦେଖାଦେବ । ଏଥିରେ କ୍ୟାଥୋଲିକ୍‌ ଚର୍ଚ୍ଚ ସହ ଅନ୍ୟ ଖ୍ରୀଷ୍ଟିଆନ୍‌ ଚର୍ଚ୍ଚ ସବୁ ପ୍ରଭାବିତ ହେବେ । ତୃତୀୟ ବିଶ୍ୱଯୁଦ୍ଧ ୨୭ ବର୍ଷ ଧରି ଚାଲିବ ବୋଲି ଏଥିରେ ଉଲ୍ଲେଖ କରାଯାଇଛି ।

ପୁଣି ସମୁଦ୍ରର ଜଳପତ୍ତନ ବୃଦ୍ଧି ପାଇବ । ଆମେରିକାର ଫ୍ଲୋରିଡା, ଜର୍ଜିଆ, କାରୋଲିନା, ଟେକ୍ସାସ୍‌ ଆଦି ଅଞ୍ଚଳରେ ବଡ଼ ବଡ଼ ବାତ୍ୟା ଓ ବନ୍ୟା ଦେଖାଦେବ । ହଙ୍ଗେରୀ, ଇଟାଲୀ, ଗ୍ରେଟ୍‌ବ୍ରିଟେନ୍‌, ଚେକ୍‌ ଗଣତନ୍ତ୍ର ଉପରେ ଆତଙ୍କବାଦୀ ଆକ୍ରମଣ ହେବ ବୋଲି ଭବିଷ୍ୟବାଣୀ କରାଯାଇଛି ।
ଅନ୍ୟପକ୍ଷରେ ଅନେକ ଖ୍ରୀଷ୍ଟ ଧର୍ମାବଲମ୍ବୀ ଧର୍ମର ବାସ୍ତବତା କଣ ଜାଣିବା ପାଇଁ ଭିନ୍ନ ଧର୍ମ ଗ୍ରହଣ କରିବେ । ଠିକ୍‌ ସେହିଭଳି ଅନ୍ୟ ଧର୍ମର ଲୋକେ ମଧ୍ୟ ଖ୍ରୀଷ୍ଟ ଧର୍ମକୁ ଆସିବେ ।
ପାଣିପାଗରେ ପରିବର୍ତ୍ତନ ଜାରି ରହିବ । ସମୁଦ୍ର ଉଗ୍ର ରୂପ ନେବାକୁ ଥିବା ବେଳେ ବାୟୁ ପ୍ରଦୂଷଣ ରୋକିବାକୁ ବିଭିନ୍ନ ଦେଶର ନେତାମାନେ ଏକାଠି ହେବେ ।

NOSTRADUMSଅବଶ୍ୟ ଟେକନୋଲଜି ଓ ଉଦ୍‌ଭାବନ କ୍ଷେତ୍ରରେ ବିଶ୍ୱ ଆଗକୁ ବଢ଼ିବ । ଷ୍ଟକ୍‌ ମାର୍କେଟ୍‌ରେ ଉତ୍ସାହଜନକ ବୃଦ୍ଧି ପରିଲକ୍ଷିତ ହେବ । ବିଶ୍ୱ ସ୍ତରର ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ ୟୁରୋପ ମହାଦେଶ ଉପରେ ମଧ୍ୟ ପଡ଼ିବ । ୨୦୧୯ ବର୍ଷରେ ଅଧିକ ଭାବେ ହୃଦରୋଗ, ପେଟ ରୋଗ ଓ ପାନକ୍ରିୟା ଜନିତ ସମସ୍ୟା ଦେଖାଦେବ ବୋଲି ଭବିଷ୍ୟବାଣୀ କରାଯାଇଛି ।
ଫ୍ରାନ୍ସ ଜଣେ ଡାକ୍ତର ଥିଲେ ମାଇକେଲ ଡି ନଷ୍ଟ୍ରାଡମସ୍‌ । ତେବେ ଜ୍ୟୋତିଷ ବିଦ୍ୟାରେ ତାଙ୍କର ଆଗ୍ରହ ତାଙ୍କୁ ଏଭଳି ଭବିଷ୍ୟବାଣୀ ଲେଖିବାକୁ ଉତ୍ସାହିତ କରିଥିଲା । ୧୫୬୬ରେ ନିଜର ମୃତ୍ୟୁ ସମ୍ପର୍କରେ ମଧ୍ୟ ସେ ସଠିକ୍‌ ଭବିଷ୍ୟବାଣୀ କରିଥିଲେ । ତଥାପି ତାଙ୍କର ଅନେକ ଭବିଷ୍ୟବାଣୀକୁ ସଠିକ୍‌ ଭାବେ ତର୍ଜମା କରାଯାଇ ପାରି ନାହିଁ । ଆଉ କିଛି କଥା ମିଥ୍ୟା ପ୍ରମାଣିତ ହୋଇଥିବାରୁ ଏହାକୁ ବିଶ୍ୱାସକୁ ନେଇ ନାହାନ୍ତି ସାଧାରଣ ଲୋକେ ।

NOSTRADUMS-3

ହେନରୀ-୨ଙ୍କ ମୃତ୍ୟୁ, ଲଣ୍ଡନରେ ବଡ଼ ଧରଣର ଅଗ୍ନିକାଣ୍ଡ, ଫରାସୀ ବିପ୍ଳବ, ହୀଟଲର ଓ ନେପୋଲିୟନ୍‌ ବୋନାପାର୍ଟଙ୍କ ଉତ୍‌ଥାନ ଓ ପତନ, ହିରୋସୀମା ନାଗାସାକିରେ ପରମାଣୁ ବୋମା ବସ୍ଫୋରଣ, ଜନ୍‌ କେନେଡ଼ି ଓ ବବି କେନେଡ଼ିଙ୍କ ହତ୍ୟା, ଓ୍ଵାର୍ଲଡ ଟ୍ରେଡ୍‌ ସେଣ୍ଟର ଉପରେ ଆତଙ୍କବାଦୀ ଆକ୍ରମଣ ଆଦି ତାଙ୍କର ଭବିଷ୍ୟବାଣୀ ବାସ୍ତବତାର ରୂପ ନେଇଛି ବୋଲି କୁହାଯାଏ । ତେବେ ପ୍ରକୃତରେ ତାଙ୍କର ଭବିଷ୍ୟବାଣୀ ସତ ହେଉଛି ନା ତାକୁ ଲେଖୁଥିବା ଲୋକେ ଘଟଣା ସହ ଏସବୁକୁ ଯୋଡ଼ି ଦେଉଛନ୍ତି ତାକୁ ନେଇ ଦ୍ୱନ୍ଦ୍ୱ ରହିଛି ।
ଏବେ ଦେଖିବାର କଥା କେତେ ସତ ହେଉଛି ନଷ୍ଟ୍ରାଡମସ୍‌ର ଭବିଷ୍ୟବାଣୀ । କାରଣ ୨୦୧୯ ଆସିବାକୁ ଆଉ ବେଶି ସମୟ ନାହିଁ । ତେବେ କିଛି କଥାକୁ ଅନ୍ତତଃ ଆମେ ବିଚାର କଲେ ତାଙ୍କ ଭବିଷ୍ୟବାଣୀ ସତ ହୋଇପାରେ ବୋଲି ହୃଦ୍‌ବୋଧ ହେବ । ଯେମିତିକି ଗ୍ଲୋବାଲ୍‌ ଓ୍ଵାର୍ମିଂ ଏବଂ ସୁପର ପାଓ୍ଵାରଙ୍କ ଭିତରେ ଯୁଦ୍ଧ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.