Below header

ଭାରତୀୟ କ୍ରିକେଟର ସେନା ଟୋପି ପିନ୍ଧିବା ପ୍ରସଙ୍ଗ , ପାକିସ୍ତାନକୁ ଆଇସିସିର କଡ଼ା ଜବାବ

କେନ୍ୟୁଜ୍ : ପାକିସ୍ତାନର କ୍ଷତରେ ଲୁଣ ପକାଇଲା ଆଇସିସି । ରାଞ୍ଚିରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ ଭାରତୀୟ ଖେଳାଳିଙ୍କୁ ସେନାର ଟୋପି ପିନ୍ଧିବାକୁ ଆମେ ଅନୁମତି ଦେଇଥିଲୁ । ଏକଥା ସ୍ପଷ୍ଟ କରିଛି ଆଇସିସି । ଏଥିପାଇଁ ବିସିସିଆଇ ପ୍ରଥମେ ଅନୁମିତ ଲୋଡ଼ିଥିଲା । ଆଇସିସି ପକ୍ଷରୁ କୁହାଯାଇଛି ଯେ, ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣରେ ସହିଦ ପରିବାରକୁ ଆର୍ଥକ ସହାୟତା ଏବଂ ମ୍ୟାଚରେ ଟୋପି ପିନ୍ଧିବା ପାଇଁ ବିସିସିଆଇ ଅନୁମତି ମାଗିଥିଲା । ଏବଂ ଟିମ ଇଣ୍ଡିଆକୁ ଏଥିପାଇଁ ଅନୁମତି ଦିଆଯାଇଥିବା ଆଇସିସି ପକ୍ଷରୁ କୁହାଯାଇଛି । ଏହାକୁ ନେଇ ଆଉ ବିବାଦ କରିବା ଠିକ ନୁହଁ ବୋଲି ଇଣ୍ଟର ନ୍ୟାସନାଲ କ୍ରିକେଟ୍‌ କାଉନ୍‌ସିଲ କହିଛି । ଭାରତର ଏହି ପଦକ୍ଷେପ ଉପରେ ପାକିସ୍ତାନ ଆପର୍ତ୍ତି କରିଥିଲା । ରାଞ୍ଚିରେ ଦିନିକଆ ପୂର୍ବରୁ ଭାରତ-ଅଷ୍ଟ୍ରେଲିଆ ଆର୍ମି କ୍ୟାପ୍‌ ପିନ୍ଧି ପଡ଼ିଆକୁ ଓହ୍ଲାଇଥିଲେ ଭାରତୀୟ ଖେଳାଳି । ଟସ୍‌ ପଡ଼ିବା ପୂର୍ବରୁ ମହେନ୍ଦ୍ର ସିଂ ଧୋନୀ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ ଆର୍ମି କ୍ୟାପ୍‌ ଦେଇଥିଲେ । କ୍ୟାପ୍‌ ପିନ୍ଧି ସମସ୍ତ ଖେଳାଳି ପଡ଼ିଆକୁ ଓହ୍ଲାଇଥିଲେ । କେବଳ ଏତିକି ନୁହେଁ, ସହିଦଙ୍କ ପରିବାରକୁ ମ୍ୟାଚ୍‌ ଫିସ୍‌ ପ୍ରଦାନ କରାଯାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.