Below header

ଆୟଶା ମୁଖାର୍ଜୀଙ୍କ ଠାରୁ ଛାଡ଼ପତ୍ର ନେଲେ କ୍ରିକେଟର ଶିଖର ଧଓ୍ଵନ, ଇନ୍‌ଷ୍ଟାଗ୍ରାମ୍‌ରେ ସୂଚନା ଦେଲେ ପତ୍ନୀ

ଟିମ୍‌ ଇଣ୍ଡିଆର ଆଗଧାଡ଼ିର ବ୍ୟାଟ୍ସମ୍ୟାନ୍‌ ଶିଖର ଧଓ୍ଵନ୍‌ ପତ୍ନୀ ଆୟଶା ମୁଖାର୍ଜୀଙ୍କ ଠାରୁ ଅଲଗା ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିବା ନେଇ ସୂଚନା ମିଳିଛି। ଦୀର୍ଘ ୯ ବର୍ଷର ସମ୍ପର୍କକୁ ଛିନ୍ନ କରିଛନ୍ତି ଏହି କ୍ରିକେଟର। ଶିଖର ଧଓ୍ଵନଙ୍କ ପତ୍ନୀ ଆୟଶା ମଙ୍ଗଳବାର ନିଜ ନୂଆ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏନେଇ ସୂଚନା ଦେଇଛନ୍ତି।

sikhar
Image Credit: Instagram

ଆୟଶା ସୋସିଆଲ ମିଡିଆରେ ଛାଡ଼ପତ୍ର ସମ୍ବନ୍ଧୀୟ କଥା ଲେଖିଛନ୍ତି। ଆୟଶା ଛାଡ଼ପତ୍ର ବାବଦରେ ଲେଖିଛନ୍ତି, ମୁଁ ଭାବିଥିଲି ଛାଡ଼ପତ୍ର ଏକ ଖରାପ ଶବ୍ଦ। କିନ୍ତୁ ମୋ ସହ ଏହା ଦୁଇ ଥର ଘଟିଛି। ମଜା କଥା ହେଉଛି ଶବ୍ଦର ଅର୍ଥ କେତେ ମଜଭୁତ ଓ ସମ୍ବନ୍ଧ ହୋଇପାରେ, ତାହା ମୁଁ ଛାଡ଼ପତ୍ର ନେବା ପରେ ଅନୁଭବ କରୁଛି। ଥରେ ଛାଡ଼ପତ୍ର ହୋଇସାରିଛି। କିନ୍ତୁ ଦ୍ୱିତୀୟ ଥର ଅନେକ କିଛି ବାଜିରେ ଲାଗିଥିଲା। ମୋତେ ଅନେକ କିଛି ପ୍ରମାଣିତ କରିବାର ଥିଲା। ଏଣୁ ଦ୍ୱିତୀୟ ବିବାହ ଭାଙ୍ଗିବା ପରେ ମୁଁ ଖୁବ୍‌ ଡରିଯାଇଥିଲି। ମୁଁ ମାତା-ପିତାଙ୍କୁ ନିରାଶ କରୁଛି ବୋଲି ଭାବୁଛି। ମୁଁ ପିଲାମାନଙ୍କୁ ନୀଚ ଦେଖାଉଛି। ବେଳେବେଳେ ଲାଗେ ବୋଧେ ମୁଁ ଭଗବାନଙ୍କୁ ବି ଅପମାନ କରିଛି। ଛାଡ଼ପତ୍ର ଏକ ଖରାପ ଶବ୍ଦ। ଏହା ଖୁବ୍‌ ଭୟଙ୍କର।

ଆୟଶାଙ୍କ ଏହି ପୋଷ୍ଟ ଏବେ ଖୁବ୍‌ ଭାଇରାଲ ହେଉଛି। କିନ୍ତୁ ଶିଖର ଧଓ୍ଵନଙ୍କ ପକ୍ଷରୁ ଏନେଇ କୌଣସି ସୂଚନା ମିଳିନାହିଁ।

 

View this post on Instagram

 

A post shared by Aesha Mukerji (@apwithaesha)

ସୂଚନାଯୋଗ୍ୟ ଯେ ଅକ୍ଟୋବର ୨୦୧୨ରେ ଶିଖର ଧଓ୍ଵନ୍‌ ଆୟଶାଙ୍କୁ ବିବାହ କରିଥିଲେ। ଶିଖରଙ୍କୁ ବିବାହ କରିବାକୁ ପୂର୍ବରୁ ଆୟଶାଙ୍କର ପ୍ରଥମ ବିବାହରୁ ୨ଟି ଝିଅ ଥିଲା। ଶିଖର ଓ ଆୟଶାଙ୍କର ଏକ ୭ ବର୍ଷର ପୁଅ ଅଛି, ଯାହାର ନାଁ ଜୋରାବର। ଜୋରାବର ୨୦୧୪ ମସିହାରେ ଜନ୍ମଗ୍ରହଣ କରିଥିଲା। ମେଲବର୍ଣ୍ଣର ବାସିନ୍ଦା ଆୟଶା ମୁଖାର୍ଜୀ ୯ ବର୍ଷ ପରେ ଶିଖଣ ଧଓ୍ଵନଙ୍କ ଠାରୁ ଅଲଗା ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.