ରାଜ୍ୟର ସମସ୍ତ ମତ୍ସ୍ୟଜୀବୀଙ୍କୁ ଆପ୍‌ରେ ଯୋଡ଼ିବାକୁ ପ୍ରୟାସ ଆରମ୍ଭ, ଲୋକାର୍ପିତ ହେଲା ଫିସାରୀ ଫ୍ରେଣ୍ଡ ମୋବାଇଲ ଆପ୍‌

କାକଟପୁର(କେନ୍ଯୁଜ୍): ମତ୍ସ୍ୟଜୀବୀଙ୍କ ପାଇଁ ଲୋକାର୍ପିତ ହୋଇଛି ଫିସାରୀ ଫ୍ରେଣ୍ଡ ମୋବାଇଲ ଆପ୍‌ । ରାଜ୍ୟ ସରକାର ଓ ଏମ.ଏସ ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନ ଚେନ୍ନାଇର ମିଳିତ ସହଯୋଗରେ ଏହି ଆପ ପ୍ରସ୍ତୁତ କରାଯାଇଛି । ରାଜ୍ୟର ପ୍ରତ୍ୟେକ ମତ୍ସ୍ୟଜୀବୀଙ୍କୁ ଏହି ଆପରେ ଯୋଡ଼ିବା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ସମୁଦ୍ର ମଧ୍ୟକୁ ଯାଉଥିବା ମତ୍ସ୍ୟଜୀବୀଙ୍କୁ ସେମାନଙ୍କ ମୋବାଇଲରେ ଏହି ଆପକୁ ଇନଷ୍ଟଲ କରିବା ପାଇଁ କୁହାଯାଇଛି ।

ଏହି ଆପର କାର୍ଯ୍ୟଦକ୍ଷତା ସମ୍ପର୍କରେ ମତ୍ସ୍ୟଜୀବୀଙ୍କୁ ଅବଗତ କରିବା ପାଇଁ ଅସ୍ତରଙ୍ଗ ନିକଟ ନୂଆଗଡ ସାମୁଦ୍ରିକ ଥାନା ପରିସରରେ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଫିସାରୀ ଫ୍ରେଣ୍ଡ ଆପ ଜରିଆରେ ସମୁଦ୍ର ଭିତରେ ମତ୍ସ୍ୟଜୀବୀ ମାନଙ୍କୁ ଅନେକ ଆଗୁଆ ସୂଚନା ଦେବାରେ ସହାୟକ ହୋଇପାରିବ । ଏହି ଆପ ଜରିଆରେ ମତ୍ସ୍ୟଜୀବୀ ମାନେ ୧୭ଟି ଗୁରୁତ୍ୱପୂର୍ଣ୍ଣ ତଥ୍ୟର ସୂଚନା ପାଇପାରିବେ । କଇଁଛ ଅଣ୍ଡାଦାନ ଋତୁ ସମୟରେ କଇଁଛଙ୍କ ସୁରକ୍ଷା, ପ୍ରାକୃତିକ ଦୁର୍ବିପାକର ସୂଚନା, ସାମୁଦ୍ରିକ ଝଡର ପୂର୍ବାନୁମାନ ପାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.