ବିପଦ ସଙ୍କେତ ଟପିଲା ଜଳକା ନଦୀ: ବସ୍ତା ବ୍ଲକ୍‌ ମଥାନୀଠାରେ ବିପଦ ସଙ୍କେତ ୫.୫୦ ମିଟର

ଜଳେଶ୍ବର(କେନ୍ଯୁଜ୍): ବିପଦ ସଙ୍କେତ ଟପିଲା ଜଳକା ନଦୀ । ବସ୍ତା ବ୍ଲକ ମଥାନୀଠାରେ ବିପଦ ସଙ୍କେତ ୫.୫୦ ମିଟର ରହିଥିଲା । ଆଜି ସକାଳ ୬ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୫.୬୦ ମିଟରରେ ପ୍ରବାହିତ ହେଉଛି ।

ଲଘୁଚାପ ପ୍ରଭାବରେ ନଦୀର ଉପରମୁଣ୍ଡ ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର, ମୋରଡା, ଚିତ୍ରଡା ଆଦି ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ବୃଦ୍ଧି ପାଇବାରେ ଲାଗିଛି ଜଳସ୍ତର । ବର୍ଷା ଏଭଳି ଲାଗି ରହିଲେ ସାମ୍ଭାବ୍ୟ ବନ୍ୟା ଆଶଙ୍କା ରହିଛି । ବିଭିନ୍ନ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବାରୁ ଭୟଭୀତ ରହିଛନ୍ତି ନଦୀ ତଟବର୍ତ୍ତି ଅଞ୍ଚଳବାସୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.