ଏସବୁ ଦ୍ରବ୍ୟକୁ ଆଦୌ ପସନ୍ଦ କରନ୍ତି ନାହିଁ ଗଜାନନ, ଭୁଲରେ ବି ପୂଜାରେ କରନ୍ତୁନି ସାମିଲ

ଆମ ଦେଶ ଭାରତ ଏକ ଧର୍ମ ପରାୟଣ ରାଷ୍ଟ୍ର । ଏଠି ୧୨ ମାସରେ ୧୩ ପର୍ବ ପାଳନ କରାଯାଏ । ଏହି ହିସାବରେ ଦେଖିଲେ ପ୍ରତିମାସ କିଛି ନା କିଛି ପର୍ବ ପଡିଥାଏ । ଯାହାକୁ ନିୟମ କାନୁନ ଅନୁଯାୟୀ ପାଳନ କଲେ ଘରେ ସକାରାତ୍ମକ ଉର୍ଜା ବଢିବା ସହିତ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ ରହିଛି । ବର୍ଷରେ ସମୁଦାୟ ୨୪ ଟି ଗଣେଶ ଚତୁର୍ଥୀ ପାଳନ କରଯାଏ । ଅର୍ଥାତ ମାସକୁ ୨ଟି ଚତୁର୍ଥୀ ପଡିଥାଏ | ପୂର୍ଣ୍ଣମୀ ପରେ କୃଷ୍ଣ ପକ୍ଷରେ ପଡୁଥିବା ଚତୁର୍ଥୀକୁ ସଂକଷ୍ଟି ଚତୁର୍ଥୀ କୁହାଯାଏ । ଯେବେକି ଅମାବାସ୍ୟା ପରେ ଶୁକ୍ଳ ପକ୍ଷରେ ପଡୁଥିବା ଚତୁର୍ଥୀକୁ ବିନାୟକ ଚତୁର୍ଥୀ ଭାବେ ପାଳନ କରାଯାଏ । ଘର ଲୋକଙ୍କ ଶୁଭ ମନାସୀ ସୁଖସମୃଦ୍ଧିର କାମନା କରି ବିନାୟକଙ୍କର ପୂଜାର୍ଚ୍ଚନା କରାଯାଇଥାଏ । ନିୟମ ଅନୁଯାୟୀ ଭକ୍ତିର ସହ ନୈବେଦ୍ୟ ଅର୍ପଣ କଲେ ତାହାକୁ ନିଶ୍ଚିତ ରୂପେ ଗ୍ରହଣ କରିଥାନ୍ତି ଗିରିଜା ନନ୍ଦନ । ଆଉ ମନମୁତାବକ ଫଳ ପ୍ରଦାନ କରିଥାନ୍ତି । କିନ୍ତୁ ଅନେକେ ହୁଏତ ଜାଣିନଥିବେ ଏମିତି କିଛି ଦ୍ରବ୍ୟ ଅଛି ଯାହାକୁ ବିଘ୍ନହର୍ତ୍ତାଙ୍କୁ ଅର୍ପଣ କରିବା ଆଦୌ ବି ଉଚିତ ନୁହେଁ । ଏମିତି କରିବା ଦ୍ୱାରା ବିନାୟକ ଅପ୍ରସନ୍ନ ହୋଇଯାନ୍ତି ।

ଧଳା ବସ୍ତ୍ର:

ଶ୍ରୀ ଗଣେଶଙ୍କୁ ଧଳା ବସ୍ତ୍ର ଅର୍ପଣ କରିବା ଉଚିତ ନୁହେଁ । ଏହାସହ ଧଳା ରଙ୍ଗର ଉତୁରି ବି ଚଢ଼େଇବା ଅନୁଚିତ । ଏମିତି କରିବାକୁ ଅଶୁଭ ଧରାଯାଏ ।  କିନ୍ତୁ ଧଳା ବସ୍ତ୍ରରେ ହଳଦୀ ଚଢେଇ ଆପଣ ଶ୍ରୀ ଗଣେଶଙ୍କୁ ପିନ୍ଧେଇ ପାରିବେ ।

lord ganesh

ଭଙ୍ଗା ଓ ଶୁଖିଲା ଚାଉଳ ଚଢ଼ାନ୍ତୁ ନାହିଁ:

ସମସ୍ତେ ଜାଣନ୍ତିଯେ ଗଜାନନଙ୍କର ଗୋଟେ ଦାନ୍ତ ଭଙ୍ଗା । ତେଣୁ ସେ କେବଳ ନରମ ଓ ଓଦା ଖାଦ୍ୟ ହିଁ ଗ୍ରହଣ କରିଥାନ୍ତି । ଟାଣ ଖାଦ୍ୟ ଦାନ୍ତରେ ହୁଏ ନାହିଁ । ଚାଉଳ ଚଢେଇବା ବେଳେ ଟିକେ ଓଦା କରିଦେବା ଉଚିତ । ତାଙ୍କ ଗୋଟିଏ ଦାନ୍ତ ଭଙ୍ଗା ଥିବାରୁ ଭଙ୍ଗା ଜିନିଷକୁ ଗ୍ରହଣ କରିନଥାନ୍ତି ଗଜାନନ ।

ହଳଦିଆ ଚନ୍ଦନ ଚଢ଼ାନ୍ତୁ :

ଭଗବାନ ଗଣେଶଙ୍କର ହଳଦିଆ ବସ୍ତ୍ର ଖୁବ ପସନ୍ଦ । ତାଙ୍କୁ ପ୍ରସନ୍ନ କରିବା ପାଇଁ ହଳଦିଆ ଚନ୍ଦନ ଛଡ଼ାଇବା ଉଚିତ । ଭଗବାନଙ୍କୁ ତିଳକ ଲଗାଇବା ପରେ ପରିବାରର ଅନ୍ୟ ସଦସ୍ୟ ମାନଙ୍କୁ ବି ସେହି ତିଳକ ଲଗାଇବା ଉଚିତ ।

ଧଳା ଫୁଲ:

ଧଳା ବସ୍ତ୍ର ପରି ଧଳା ଫୁଲ ବି ବିନାୟକଙ୍କର ପସନ୍ଦ ନୁହେଁ । ଭଗବାନଙ୍କୁ ଧଳା ତଥା ଶୁଖିଲା ଫୁଲ ଚଢେଇବାକୁ ଅଶୁଭ ଧରାଯାଏ । ଏମିତି କରିବା ଦ୍ୱାରା ପରିବାରକୁ ଦରିଦ୍ରତା ମାଡ଼ି ଆସିଥାଏ ବୋଲି ବିଶ୍ୱାସ ରହିଛି । ଗଣେଶଙ୍କର କେତକୀ ଫୁଲ ଜମା ବି ପସନ୍ଦ ନୁହେଁ । କେତକୀ ଫୁଲ ଚନ୍ଦ୍ରମାଙ୍କ ସହ ଜଡିତ ହୋଇଥିବା ବିଘ୍ନହର୍ତ୍ତା ଏହାକୁ ପସନ୍ଦ କରିନଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.