ଗାଁରେ ଷ୍ଟାଡିଅମ ନିର୍ମାଣ କଲେ ଭାରତୀୟ କ୍ରିକେଟର ଟି ନଟରାଜନ, ଏବେ ବିନା ଦ୍ୱିଧାରେ ଖେଳିପାରିବେ ଗାଁ ପିଲା

ଭାରତରେ କ୍ରିକେଟକୁ ବହୁତ ଅଧିକ ଲୋକପ୍ରିୟ ଖେଳ ଭାବେ ଗ୍ରହଣ କରାଯାଏ। ଭାରତୀୟ କ୍ରିକେଟ ଫ୍ୟାନ୍ସ କ୍ରିକେଟର୍ସଙ୍କ ବିଷୟରେ ସବୁକିଛି ଜାଣିବା ପାଇଁ ଇଚ୍ଛା ରଖିଥାନ୍ତି। ଗାଙ୍ଗୁଲି ହୁଅନ୍ତୁ ଅବା ଧୋନୀ, ବିରାଟ ହୁଅନ୍ତୁ କି ରୋହିତ ସମସ୍ତଙ୍କ ବିଷୟରେ ଜାଣିବା ପାଇଁ କ୍ରିକେଟ ଫ୍ୟାନ୍ସ ପାଗଳ ହୋଇ ରହିଥାନ୍ତି। ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଟି ନଟରାଜନ ନିଜର ଘାତକ ବୋଲିଂ ଯୋଗୁଁ ଫ୍ୟାନ୍ସ ପାଖରେ ବେଶ୍‌ ଜଣାଶୁଣା। ନଟରାଜନ ପୁଣି ଏବେ ଚର୍ଚ୍ଚାକୁ ଆସିଛନ୍ତି, ତାହା ପୁଣି ବୋଲିଂ ନୁହେଁ ବରଂ ଅନ୍ୟକାରଣ ଯୋଗୁଁ ଫ୍ୟାନ୍ସ ଏବେ ବହୁତ ପ୍ରଶଂସା କରୁଛନ୍ତି।

ସୂଚନା ମୁତାବକ, ଟିମ୍‌ ଇଣ୍ଡିଆ ତରଫରୁ ଖେଳୁଥିବା ଟି ନଟରାଜନ ଗତ କିଛି ଦିନ ଭିତରେ ଭାରତୀୟ ଟିମରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କ କ୍ୟାରିଅର ଗ୍ରାଫ ବହୁତ ଦ୍ରୁତ ଗତିରେ ବଢୁଛି। ତାଙ୍କ ବୋଲିଂ ଦେଖି ସମସ୍ତେ ପାଗଳ। ନଟରାଜନ ନିଜ ଗାଁରେ ଏକ କ୍ରିକେଟ ଗ୍ରାଉଣ୍ଡ ତିଆରି କରୁଛନ୍ତି। ଆଉ ଏହାର ଗ୍ରାଉଣ୍ଡର ନାମ ନଟରାଜନ ମଧ୍ୟ ରଖାଯାଉଛି। ଏହା ଶୁଣିବା ମାତ୍ରେ ଫ୍ୟାନ୍ସ ପ୍ରଶଂସା କରିବାରେ ଲାଗିପଡିଛନ୍ତି।

ଟି ନଟରାଜନ ଏବେ ଟିମ୍‌ ଇଣ୍ଡିଆ ତରଫରୁ ଖେଳିବାକୁ ସୁଯୋଗ ମିଳିଛି। ଗତବର୍ଷ ଡିସେମ୍ବରରେ ଇଣ୍ଟରନ୍ୟାସନାଲ କ୍ରିକେଟରେ ଡେବ୍ୟୁ କରିଥିଲେ। ଆଇପିଏଲ ୨୦୨୦ରେ ସନରାଇଜର୍ସ ହାଇଦ୍ରାବାଦ ତରଫରୁ ନଟରାଜନଙ୍କ ଧମାକେଦାର ପ୍ରଦର୍ଶନ କରିଥିଲେ। ତାଙ୍କ ୟର୍କର ବୋଲିଂକୁ ଖେଳି କୌଣସି ବ୍ୟାଟ୍ସମ୍ୟାନ ପାଇଁ ସହଜ ନୁହେଁ।

୩୦ ବର୍ଷୀୟ ନଟରାଜନ ନିଜ ଟ୍ଵିଟର ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି। ଆଉ ଏହାକୁ ଘୋଷଣା କରି ନିଜ ଗାଁରେ ସମସ୍ତ ସୁବିଧା ସହିତ ଏକ ନୂଆ କ୍ରିକେଟ ଗ୍ରାଉଣ୍ଡ ତିଆରି କରୁଛି ବୋଲି କହିଛନ୍ତି।
ନଟରାଜନ ଭାରତ ପାଇଁ ଏପର୍ଯ୍ୟନ୍ତ ୧ଟି ଟେଷ୍ଟ, ୨ଟି ଦିନିକିଆ ଏବଂ ୪ଟି ଟି-୨୦ ମ୍ୟାଚ ଖେଳିଛନ୍ତି। ଯେଉଁଥିରେ ସେ ୧୩ଟି ଓ୍ଵିକେଟ ନେଇଛନ୍ତି। ନଟରାଜନଙ୍କ ପ୍ରଶଂସା ମଧ୍ୟ କେନ ଓ୍ଵିଲିୟମସନ ମଧ୍ୟ କରିସାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.