ମୁମ୍ବାଇ NCB ଛାଡିବେ କି ସମୀର ଓ୍ଵାଙ୍ଖଡେ? ଡିସେମ୍ବର ୩୧ରେ ସରିବାକୁ ଯାଉଛି କାର୍ଯ୍ୟକାଳ

ମୁମ୍ବାଇ(କେନ୍ଯୁଜ୍): ମୁମ୍ବାଇ NCB ଛାଡିବେ କି ସମୀର ଓ୍ଵାଙ୍ଖଡେ । ଆସନ୍ତା ୩୧ ତାରିଖରେ NCB ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖଡେଙ୍କ କାର୍ଯ୍ୟକାଳ ସରିବାକ ଯାଉଛି । ସେପ୍ଟେମ୍ବର ୨୦୨୦ରୁ ମୁମ୍ବାଇରେ ଡେପୁଟେସନରେ ଅଛନ୍ତି ୨୦୦୮ ବ୍ୟାଚର IRS ଅଫିସର ଓ୍ଵାଙ୍ଖଡେ । ବିବାଦରେ ଛନ୍ଦି ହୋଇ ପଡିଛନ୍ତି ଓ୍ଵାଙ୍ଖଡେ । ସମୀରଙ୍କ ବିରୋଧରେ ବିଭିନ୍ନ ସଙ୍ଗୀନ ଅଭିଯୋଗ ରହିଛି ।

ଏନସିପି ନେତା ନଓ୍ଵାବ ମଲ୍ଲିକ ତାଙ୍କୁ ଟାର୍ଗେଟ କରି ଆସୁଛନ୍ତି । ଓ୍ଵାଙ୍ଖଡେଙ୍କ ବିରୋଧରେ ବିଭାଗୀୟ ତଦନ୍ତ ବି ଚାଲିଛି । ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ହତ୍ୟା ମାମଲାରେ ଡ୍ରଗ୍ସ ଲିଙ୍କ ଖୋଳତାଡ କରିବାରେ ଓ୍ଵାଙ୍ଖଡେ ଚର୍ଚ୍ଚାକୁ ଆସିଥିଲେ । ସେହିପରି ମୁମ୍ବାଇ କ୍ରୁଜ ଡ୍ରଗ୍‌ସ ଲିଙ୍କ ମାମଲାରେ ଶାହାରୁଖଙ୍କ ପୁଅ ଆର୍ଯ୍ୟନଙ୍କୁ ଗିରଫ କରି ଫୋକସରେ ଅଛନ୍ତି ସମୀର ଓ୍ଵାଙ୍ଖଡେ । ତେବେ ଏହି ମାମଲାର ରଫାଦଫା ପାଇଁ ସମୀର କୋଟି କୋଟି ଟଙ୍କା ଲାଞ୍ଚ ମାଗିଥିବା ଜଣେ ସାକ୍ଷୀ ବୟାନ ଦେଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.