କିଆରା ନୁହେଁ ଦିଶାଙ୍କ ସହିତ ରୋମାନ୍ସ କରିବେ ସିଦ୍ଧାର୍ଥ, କରନ ଜୋହର ସେୟାର କଲେ ଫଟୋ

ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ନିକଟରେ ଫିଲ୍ମ ‘ଯୋଦ୍ଧା’ର ସୁଟିଂ ଆରମ୍ଭ କରିଦେଇଛନ୍ତି। ଏହି ଫିଲ୍ମରେ ସିଦ୍ଧାର୍ଥ ମଲହୋତ୍ରା ଆଙ୍ଗ୍ରି ଲୁକ୍‌ରେ ନଜର ଆସିବେ। କରନ ଜୋହରଙ୍କ ପ୍ରଡକ୍ସନ ହାଉସ୍‌ ଧର୍ମା ପ୍ରଡକ୍ସନରେ ନିର୍ମିତ ଏହି ଫିଲ୍ମରେ ଲିଡ୍‌ ଅଭିନେତ୍ରୀ ନଜର ଆସିବେ ଦିଶା ପଟାନୀ। ଯାହାକୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରିଛନ୍ତି କରନ ଜୋହର।

ସିଦ୍ଧାର୍ଥଙ୍କ ସହିତ ଏଥିରେ ଦିଶା ପଟାନୀ ଏବଂ ରାଶୀ ଖାନ୍ନା ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିବେ। କରନ ଜୋହର ଫିଲ୍ମର ପୋଷ୍ଟର ସେୟାର କରି ଏହି ସୂଚନା ଦେଇଛନ୍ତି। କରନ ଲେଖିଛନ୍ତି ‘ଯୋଦ୍ଧା ପାଇଁ ଶାନଦାର ଏବଂ ଟ୍ୟାଲେଣ୍ଟଡ ଫିମେଲ୍‌ ଲିଡ୍ସ। ସୁନ୍ଦର, ନିଡର ଏବଂ ଚର୍ମିଂ ଦିଶା ପଟାନୀଙ୍କୁ ପରିବାରକୁ ସ୍ୱାଗତ। ଏହା ସହିତ ରାଶୀ ଖାନ୍ନାଙ୍କୁ ମଧ୍ୟ ସ୍ୱାଗତ। ଫିଲ୍ମ ‘ଯୋଦ୍ଧା ଆସନ୍ତା ନଭେମ୍ବର ୨୦୨୨ରେ ରିଲିଜ ହେବ।

 

View this post on Instagram

 

A post shared by Karan Johar (@karanjohar)

ଦିଶା ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରି ଫିଲ୍ମରେ ସାମିଲ ହେବାର ସୂଚନା ଦେଇଛନ୍ତି। ଏହି ଫିଲ୍ମକୁ ନେଇ ବହୁତ ଖୁସି ରହିଛନ୍ତି ଦିଶା। ସିଦ୍ଧାର୍ଥ ପୁଣି ଥରେ ଆକ୍ସନ ଫିଲ୍ମରେ ନିଜର ଅଭିନୟ ଯାଦୁ ଦେଖାଇ ଫ୍ୟାନ୍ସ ହୃଦୟ ଚୋରି କରିନେବେ। ନିକଟରେ ତାଙ୍କ ଫିଲ୍ମ ‘ଶେରଶାହ’ ସୁପରହିଟ୍‌ ହୋଇଥିଲା। ଫିଲ୍ମରେ ତାଙ୍କ ଅଭିନୟକୁ ବେଶ୍‌ ପ୍ରଶଂସା ମଧ୍ୟ କରାଯାଇଥିଲା। ଏବେ ପୁଣି ଆକ୍ସନ ଫିଲ୍ମରେ ନଜର ଆସିବାକୁ ଫ୍ୟାନ୍ସ ବହୁତ ଉତ୍ସୁକତାର ସହିତ ଅପେକ୍ଷା କରିଛନ୍ତି।

ସୂଚନା ଯୋଗ୍ୟ, ପୂର୍ବରୁ ଫିଲ୍ମ ପାଇଁ ଶାହିଦ କପୁର ପ୍ରଥମ ପସନ୍ଦ ରହିଥିଲେ। କିନ୍ତୁ ଧର୍ମା ପ୍ରଡକ୍ସନରେ ଏହା ନିର୍ମାଣ ହେଉଥିବାରୁ ଶାହିଦ ଏଥିରେ ଅଭିନୟ କରିବା ପାଇଁ ମନା କରିଦେଇଥିଲେ। ଯାହା ପରେ ଏହି ଫିଲ୍ମର ଅଫର ସିଦ୍ଧାର୍ଥଙ୍କୁ ମିଳିଥିଲା। ଆଉ ସିଦ୍ଧାର୍ଥ ଏଥିପାଇଁ ହଁ ଭରିଥିଲେ।

ସୂଚନାଯୋଗ୍ୟ, ଏବେ ଦିଶା ଭିଲେନ ୨ ପାଇଁ ସୁଟିଂ କରୁଛନ୍ତି। ଏଥିରେ ସେ ଜନ ଆବ୍ରାହମଙ୍କ ସହିତ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.