Below header

କରୋନା ଯୁଦ୍ଧରେ ରକ୍ତ ଦାନ କରି ସାହସ ଦେଖାଇଲେ ଏହି ଭାରତୀୟ ଫୁଟବଲ ଖେଳାଳି, ଫ୍ୟାନ କହିଲେ, ‘ତୁମେ ମହାନ’

କରୋନା ଯୁଦ୍ଧରେ ଏବେ ଜଣଙ୍କ ପରେ ଜଣେ ଖେଳାଳି ସହାୟତାର ହାତ ବଢ଼ାଉଛନ୍ତି। କିଛି ଖେଳାଳି ଆର୍ଥିକ ସହାୟତା କରିବାକୁ ଯାଇ ପିଏମ ଫଣ୍ଡରେ ଟଙ୍କା ଦାନ କରୁଥିବା ବେଳେ ଆଉ କିଛି ଖେଳାଳି ଅଛନ୍ତି, ଯିଏ ଏହି ସଙ୍କଟ ସମୟରେ ଅସହାୟ ଲୋକଙ୍କୁ ନିଜ ରକ୍ତ ଦାନ କରିବାକୁ ପଛଘୁଞ୍ଚା ଦେଉନାହାନ୍ତି।

ଏମିତି ଜଣେ ଭାରତୀୟ ଖେଳାଳି ହେଉଛନ୍ତି ଜେଜେ ଲାଲପେଖଲୁଆ। ସେ କରୋନା ଯୁଦ୍ଧରେ ଗୋଟିଏ ପାଦ ଆଗକୁ ଯାଇ ମିଜୋରାମ ଲୋକଙ୍କୁ ରକ୍ତ ଦାନ କରୁଥିବା ନଜର ଆସିଛନ୍ତି।

କହି ରଖୁଛୁ, ପୂରା ଦେଶରେ ଲକଡାଉନ ଯୋଗୁ ମିଜୋରାମରେ ସଂକ୍ରମିତ ଲୋକଙ୍କ ପାଖରେ ରକ୍ତ ପହଞ୍ଚି ପାରୁନାହିଁ। ଅଖିଳ ଭାରତୀୟ ଫୁଟବଲ ମହାସଂଘ ଜେଜେ ଲାଲପେଖଲୁଆଙ୍କ ଏକ ଫଟୋ ଟୁଇଟରରେ ସେୟାର କରିଛି, ଯେଉଁଥିରେ ଜେଜେ ନିଜର କୌଣସି ଚିନ୍ତା ନ କରି ହସ୍ପିଟାଲରେ ରକ୍ତ ଦାନ କରୁଥିବା ଦେଖିବାକୁ ମିଳୁଛି।

ତେବେ ଲାଲପେଖଲୁଆ ନିଜେ ମଧ୍ୟ ରକ୍ତ ଦାନ କରୁଥିବାର ଫଟୋ ସେୟାର କରିଛନ୍ତି। ତାଙ୍କର ଏହି କାର୍ଯ୍ୟ ଦେଖି ଫ୍ୟାନମାନେ ତାଙ୍କ ପାଇଁ ଭଗବାନଙ୍କଠାରେ ପ୍ରାର୍ଥନା କରିଛନ୍ତି ଏବଂ ଏହି କାର୍ଯ୍ୟକୁ ମହାନ କାର୍ଯ୍ୟ ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.