Below header

ପାଣିପାଗ : ଆଜି ତତଲାଗଡ଼ରେ ତାପମାତ୍ରା ୪୧ ଡିଗ୍ରୀ, କାଲି ପାଇଁ ୟେଲୋ ଓ୍ଵାର୍ଣ୍ଣିଂ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆଜି ତାତିରେ ଆଉଟୁ ପାଉଟୁ ହୋଇଛି ସାରା ରାଜ୍ୟ । କରୋନା ଲ୍‌ଡାଉନ୍‌ରେ ଘରେ ବନ୍ଦୀ ଥିବା ଲୋକେ ଭୟଙ୍କର ତାପମାତ୍ରାକୁ ମର୍ମେ ମର୍ମେ ଅନୁଭବ କରିଛନ୍ତି । ଆଜି ୧୦ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଓ ତା ଠାରୁ ଅଧିକ ଥିଲା । ତତଲାଗଡ଼ ରୂପେ ପରିଚିତ ଟିଟିଲାଗଡ଼ରେ ର୍ସବାଧିକ ତାପମାତ୍ରା ୪୧ ଡିଗ୍ରୀ ରହିଥିଲା । ସେହିପରି ଚାନ୍ଦବାଲି ୪୦.୮, ବୌଦ୍ଧ, ବଲାଙ୍ଗିର ଓ ଭବାନୀ ପାଟଣାରେ୪୦.୫, ଭୁବନେଶ୍ୱର ଓ ସୋନପୁର ୪୦.୨, ତାଳଚେର ୪୦.୧, ମାଲକାନଗିରି ଏବଂ କଟକରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି । ପାଞ୍ଚଟି ସହରରେ ତାତି ୩୯ ଡିଗ୍ରୀ ଉପରେ ଥିଲା ।
ଦୁଇ ଦିନ ପ୍ରବଳ ତାତି ପରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଛି । ମାଲକାନଗିରି, କୋରାପୁଟ, ରାୟଗଡ଼ା, କେନ୍ଦୁଝର ଓ ମୟୁରଭଞ୍ଜରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇ ପାରେ । ତେବେ କିଛି ଜିଲ୍ଲା ପାଇଁ ବଜ୍ରପାତ ଓ ବର୍ଷା ସହ ‘ୟେଲୋ ଓ୍ଵାର୍ଣ୍ଣିଂ’ ଜାରି କରାଯାଇଛି । କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।

TEMP-1

TEMP-2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.