ଏସିଆ କପ ଟାଇଟଲ ଜିତିଲା ଭାରତୀୟ ମହିଳା କ୍ରିକେଟ ଟିମ୍‌, ୮ ୱିକେଟ୍‌ରେ ଶ୍ରୀଲଙ୍କାକୁ ହରାଇଲା ଓମେନ୍‌ ଇନ୍‌ ବ୍ଲୁ

କେନ୍ୟୁଜ୍(ବ୍ୟୁରୋ): ଏସିଆ କପ୍‌ ଫାଇନାଲ୍‌ରେ ଭାରତୀୟ ମହିଳା କ୍ରିକେଟ୍‌ ଦଳ ଚାମ୍ପିଅନ୍‌ । ୮ ୱିକେଟ୍‌ରେ ଶ୍ରୀଲଙ୍କାକୁ ହରାଇ ଟାଇଟଲ୍‌ ହାତେଇଛି ଟିମ୍‌ ଇଣ୍ଡିଆ । ସ୍ମୃତି ମନ୍ଦନାଙ୍କ ବସ୍ଫୋରକ ବ୍ୟାଟିଂ ଦଳକୁ ସହଜ ବିଜୟ ଦେଇଛି । ୨୫ ବଲ୍‌ ଖେଳି ଅପରାଜିତ ୫୧ ରନ୍‌ ସଂଗ୍ରହ କରିଥିଲେ । ୬ଟି ଚୌକା ଏବଂ ୩ଟି ଛକା ରହିଛି ।

ପ୍ରଥମେ ଶ୍ରୀଲଙ୍କା ବ୍ୟାଟିଂ କରି ୨୦ ଓଭରରେ ୯ ୱିକେଟ୍‌ ବିନିମୟରେ ୬୫ ରନ୍‌ ସଂଗ୍ରହ କରିଥିଲା । ଭାରତ ମାତ୍ର ୮.୩ ଓଭରରେ ୨ ୱିକେଟ୍‌ ହରାଇ ସହଜ ବିଜୟ ହାସଲ କରିନେଇଥିଲା । ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଦେଖିବାକୁ ମିଳିଥିଲା। ରେଣୁକା ସିଂ ସର୍ବାଧିକ ୩ଟି ୱିକେଟ୍‌ ନେଇଥିବା ବେଳେ ରାଜେଶ୍ୱେରୀ ଗାଏକ୍ୱାଡ୍‌ ଏବଂ ସ୍ନେହ ରାଣା ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ । ମହିଳା ଟିମ୍‌ର ଏହି ବିଜୟ ପରେ ଏସିଆ କପ୍‌ରେ ନୂଆ ରେକର୍ଡ ସୃଷ୍ଟି କରିଛି । ସର୍ବାଧିକ ସପ୍ତମ ଥର ପାଇଁ ଟାଇଟେଲ୍‌ ନିଜ ନାଁରେ କରିଛି ମହିଳା କ୍ରିକେଟ୍‌ ଟିମ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.