ବ୍ରିଟେନ ଜିତିଲା ବ୍ରୋଞ୍ଜ ପଦକ, ହେଲେ ହୃଦୟ ଜିତିଲା ଭାରତ

ଟୋକିଓ : ମ୍ୟାଚ୍‌ ହାରିଲେ କିନ୍ତୁ ଦିଲ୍ ଜିତିଲେ ଭାରତୀୟ ମହିଳା ହକି ଖେଳାଳି । ଟୋକିଓ ଅଲିମ୍ପିକ୍ସରେ ଆଜି ଖୁବ୍‌ ଲଢୁଆ ଖେଳ ପ୍ରଦର୍ଶନ କରିଛନ୍ତି। ସଂଘର୍ଷପୂର୍ଣ୍ଣ ବ୍ରୋଞ୍ଜ ମେଡାଲ ମ୍ୟାଚରେ ବ୍ରିଟେନ ଠାରୁ ୩–୪ ଗୋଲରେ ହାରିଛି ଭାରତ। ଏଥିସହ ଚତୁର୍ଥ ସ୍ଥାନରେ ରହିଛି ମହିଳା ଟିମ । ଆଜି ପ୍ରଥମ କ୍ୱାର୍ଟରେ ଦମ୍ ଦେଖାଇଥିଲେ ଉଭୟ ଦଳ । ତେବେ ଦ୍ୱିତୀୟ କ୍ୱାଟର୍ସରେ ଲଢୁଆ ଖେଳ ପ୍ରଦର୍ଶନ କରି ୨ଟି ଗୋଲ ଦେଇ ଆଗୁଆ ରହିଥିଲା ଗ୍ରେଟ ବ୍ରିଟେନ । ଏହା ପରେ ଜୋରଦାର ପ୍ରତ୍ୟାବର୍ତ୍ତନ କରିଥିଲା ଭାରତୀୟ ମହିଳା ଦଳ । ୨୫ ମିନିଟରେ ଗୁରଜିତ କୌର ପ୍ରଥମ ଗୋଲ ଦେଇଥିଲେ । ଏହାର କିଛି ସମୟ ପରେ ପୁଣି ଏକ ଗୋଲ ଦେଇ ୨-୨ ସ୍ଥିତିକୁ ଆଣିଥିଲେ ଭାରତୀୟ ଦଳକୁ ।
ସେହିପରି ୨୯ ମିନିଟରେ ଆଉ ଏକ ଗୋଲ ଦେଇ ଦଳକୁ ୩-୨ରେ ଆଗେଇ ନେଇଥିଲେ ଭାରତୀୟ ଖେଳାଳି । ତେବେ ୩୫ ତମ ମିନିଟରେ ଗୋଲ ଦେଇଥଲା ବ୍ରିଟେନ । ମ୍ୟାଚ ୩-୩ରେ ରହିଥିଲା । ଅନେକ ସମୟ ଏହି ସ୍ଥିତି ରହିବା ପରେ ୪୮ ତମ ମିନିଟରେ ଗୋଲ ଦେଇ ବ୍ରିଟେନ ୪-୩ରେ ଆଗେଇ ଯାଇଥିଲା ।

ଏହାପରେ ସମାନ ସ୍ଥିତିକୁ ଆସିବା ପାଇଁ ଭାରତୀୟ ଦଳ ପ୍ରବଳ ସଂଘର୍ଷ କରିଥିଲା । ହେଲେ ଶେଷ ପର୍ଯ୍ୟନ୍ତ ବ୍ରିଟେନ୍‌ ତାର ଗୋଲପୋଷ୍ଟକୁ ବଞ୍ଚାଇ ଶେଷରେ ବିଜୟୀ ହେଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.