କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର,ଦୁଇ ବର୍ଷ ପରେ ବାରବାଟୀରେ ଖେଳାଯିବ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍
କେନ୍ୟୁଜ୍(ବ୍ୟୁରୋ): କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର । ଦୁଇ ବର୍ଷ ପରେ ବାରବାଟୀରେ ଖେଳାଯିବ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ । ୨୦୨୨ ଫେବ୍ରୁଆରି ୧୫ରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଟି-୨୦ ମ୍ୟାଚ୍ ଖେଳାଯିବ । ବିସିସିଆଇ କାଉନ୍ସିଲ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଏନେଇ ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା । ୨୦୧୯ରେ ଶେଷ ଥର ପାଇଁ ବାରବାଟୀରେ ଖେଳାଯାଇଥିଲା ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ । ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦିନିକିଆ ମ୍ୟାଚ୍ ଖେଳାଯାଇଥିଲା ।
ପୁଣି ଦୁଇ ବର୍ଷ ପରେ ବାରବାଟୀରେ କ୍ରିକେଟ୍ ମ୍ୟାଚ୍ ଖେଳାଯିବାକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମନରେ ଖୁସିର ଲହରୀ । ସେପଟେ ସବୁ ଫର୍ମାଟ ମ୍ୟାଚ୍ ଆୟୋଜନ ପାଇଁ ପ୍ରସ୍ତୁତ ଥିବା କହିଛି ଓଡ଼ିଶା କ୍ରିକେଟ ଆସୋସିଏସନ୍ । ହାତରେ ବହୁ ସମୟ ଥିବାରୁ ଷ୍ଟାଡିୟମ୍ ଓ ପିଚ୍କୁ ଉନ୍ନତମାନର କରାଯିବ ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି ।