Below header

ଆଜି ନୁହେଁ ଆସନ୍ତାକାଲି ଆସିବ ଆଇପିଏଲ୍‌ ଖେଳସୂଚୀ ତାଲିକା: ଚେୟାରମ୍ୟାନ ବ୍ରିଜେଶ ପଟେଲ

କରୋନା ମହାମାରୀ ମଧ୍ୟରେ ୟୁଏଇରେ ଆରମ୍ଭ ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ର ୧୩ତମ ସଂସ୍କରଣର ଉଦ୍‌ଘାଟନକୁ କେବଳ ଆଉ ଦୁଇ ସପ୍ତାହ ସମୟ ବାକି ରହିଛି। ମାତ୍ର ଏଥର ଲିଗର କ୍ରୀଡାସୂଚୀ ଏ ପର୍ଯ୍ୟନ୍ତ ଜାରି ହୋଇ ନାହିଁ। ପ୍ରଥମେ ସେପ୍ଟେମ୍ବର ୪ରେ ଜାରି ହେବ ବୋଲି କୁହାଯାଉଥିଲା। ଏବେ ଆଇପିଏଲ ଚେୟାରମ୍ୟାନ ବ୍ରିଜେଶ ପଟେଲ ଆଇପିଏଲର କ୍ରୀଡାସୂଚୀ ରବିବାର ଅର୍ଥାତ ସେପ୍ଟେମ୍ବର ୬ରେ ଜାରି ହେବ ବୋଲି ସୂଚନା ଦେଇଛନ୍ତି।

କୋଭିଡ୍-୧୯ କାରଣରୁ ଚଳିତ ବର୍ଷ ଆଇପିଏଲ ବିନା ଦର୍ଶକରେ ୟୁଏଇରେ ଖେଳାଯିବ। ପୂର୍ବେ ଏହି ଲିଗର ଆୟୋଜନ ମାର୍ଚ୍ଚ ୨୯ରୁ ଆରମ୍ଭ ହେବାର ଥିଲା। କିନ୍ତୁ ମହାମାରୀ କରୋନା କାରଣରୁ ଲିଗ୍କୁ ଏ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ପଡିଥିଲା।

ଅଗଷ୍ଟ ୨୧ରେ ସମସ୍ତ ଫ୍ରାଞ୍ଚାଇଜି ଦଳ ୟୁଏଇରେ ପହଞ୍ଚି ସାରିଛନ୍ତି। କରୋନା ସଂକ୍ରମଣ ପରେ ଚେନ୍ନାଇ ସୁପର କିଙ୍ଗ୍ସ ଅଭ୍ୟାସ୍ ପାଇଁ ଅଦ୍ୟାବଧି ପଡିଆକୁ ଓହ୍ଲାଇ ପାରିନାହିଁ। ବାକି ସମସ୍ତ ଦଳ ଜୋରସୋରରେ ଅଭ୍ୟାସ ଆରମ୍ଭ କରି ଦେଲେଣି। ସେପ୍ଟେମ୍ବର ୧୯ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ଉଦ୍ଘାଟନୀ ମ୍ୟାଚ୍ ଖେଳାଯିବ ବୋଲି ପୂର୍ବରୁ ନିର୍ଦ୍ଧାରିତ ଥିଲା। ହେଲେ କରୋନା ସଂକ୍ରମଣରୁ ଚେନ୍ନାଇ ଦଳ ବାହାରି ପାରିନଥିବାରୁ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳାଯିବ ବୋଲି କୁହାଯାଉଛି। ତେବେ ଆସନ୍ତାକାଲି ଖେଳସୂଚୀ ଆସିଲେ ପ୍ରଥମ ମ୍ୟାଚ ବିଷୟରେ ଜଣାପଡିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.