Below header

ଆଇପିଏଲ୍‌ ୨୦୨୩: ଆଜି ଚେନ୍ନାଇ ସୁପରକିଙ୍ଗସ ଏବଂ ଲକ୍ଷ୍ନୌ ସୁପରଜିଆଣ୍ଟସ ମଧ୍ୟରେ ହେବ କଡ଼ା ଟକ୍କର

ଆଇପିଏଲ୍‌ ୨୦୨୩ର ଆଜି ମ୍ୟାଚରେ ମୁହାଁମୁହିଁ ହେବ ଚେନ୍ନାଇ ସୁପରକିଙ୍ଗସ ଏବଂ ଲକ୍ଷ୍ନୌ ସୁପରଜିଆଣ୍ଟସ । ପ୍ରଥମ ମ୍ୟାଚରେ ଗୁଜରାଟ ଠାରୁ ହାରିବା ପରେ ଚେନ୍ନାଇ ମ୍ୟାଚ୍‌ ଜିତିବାକୁ ଚେଷ୍ଟା କରିବ। ସେହିପରି ଲକ୍ଷ୍ନୌ ପ୍ରଥମ ମ୍ୟାଚରେ ଦିଲ୍ଲୀକୁ ହରାଇ ମନୋବଳ ଦୃଢ ରଖିଛି ।ତେଣୁ ଆଜିର ମ୍ୟାଚ ଉତ୍କଣ୍ଠାପୂର୍ଣ୍ଣ ରହିବ ।

ଆଇପିଏଲ୍‌ ୨୦୨୩ ଚଳିତ ସିଜିନରେ ଆଜି ମୁହାଁମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗସ ଏବଂ ଲକ୍ଷ୍ନୌ ସୁପରଜିଆଣ୍ଟସ । ଧୋନି ଏବଂ କେଏଲ୍‌ ରାହୁଲ ଆଜି ମଇଦାନରେ ପରସ୍ପରକୁ ଟକ୍କର ଦେବେ । ଚେପାକ୍‌ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍‌ । ୪ ବର୍ଷ ପରେ ଚେନ୍ନାଇ ଟିମ ନିଜ ଘରୋଇ ମଇଦାନରେ ଖେଳିବ । ଗୁଜରାଟ ଟାଇଟନ୍ସ ଠାରୁ ହାରିବାର ପ୍ରତିଶୋଧ ନେବ ଚେନ୍ନାଇ । ଏପଟେ ଲକ୍ଷ୍ନୌ ଟିମ ଜିତ ବଜାୟ ରଖିବାକୁ ଚେଷ୍ଟା କରିବ ।

ଲକ୍ଷ୍ନୌ ଟିମ୍‌ ପ୍ରଥମ ମ୍ୟାଚରେ ଦିଲ୍ଲୀକୁ ୫୦ ରନରେ ହରାଇଥିଲା । ତେଣୁ ଦୁଇଟି ଯାକ ଟିମ ମଧ୍ୟରେ ରୋମାଞ୍ଚକ ମ୍ୟାଚ୍‌ ଦେଖିବାକୁ ମିଳିବ ।

ଆଇପିଏଲ୍‌ ୨୦୨୩ର ପ୍ରଥମ ମ୍ୟାଚ ଗୁଜରାଟ ଏବଂ ଚେନ୍ନାଇ ମଧ୍ୟରେ ଖେଳାଯାଇଥିଲା। ଯାହାକୁ ଗୁଜରାଟ ୫ ଓ୍ଵିକେଟରେ ଜିତିଥିଲା । ଚେନ୍ନାଇ ଭଲ ସ୍କୋର କରିଥିଳେ ମଧ୍ୟ ମ୍ୟାଚ୍‌ ହାରିଥିଲା ।

ତେବେ ଲକ୍ଷ୍ନୌ ଗତବର୍ଷ ଆଇପିଏଲ୍‌ରେ ସାମିଲ ହୋଇଥିଲା। ତେଣୁ ଚେନ୍ନାଇ ସହିତ ମାତ୍ର ଗୋଟେ ମ୍ୟାଚ୍‌ ଖେଳିଛି ଲକ୍ଷ୍ନୌ । ୨୦୨୨ରେ ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ହରାଇଥିଲା । ତେବେ ଆଜିର ମ୍ୟାଚ ବେଶ୍‌ ଉତ୍ସାହପୂର୍ଣ୍ଣ ହେବ ବୋଲି ଫ୍ୟାନ୍ସ ଆଶା ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.