ଆଇପିଏଲ୍ ୨୦୨୩: କ୍ୱାଲିଫାୟର-୧ରେ ଚେନ୍ନାଇକୁ ଭେଟିବ ଗୁଜରାଟ
ଆଜି ଆଇପିଏଲରେ ପ୍ରଥମ କ୍ୱାଲିଫାୟର । ଦେଖିବାକୁ ମିଳିବ ପ୍ଲେ-ଅଫ୍ ମୁକାବିଲା । ପ୍ରଥମ କ୍ୱାଲିଫାୟରରେ ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜରାଟ ଟାଇଟନ୍ସ ଓ ୪ଥର ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗସ୍ ସାମ୍ନାସାମ୍ନି ହେବେ । ବିଜୟୀ ଟିମ୍ ଫାଇନାଲକୁ ଯିବ । ସୁପର କିଙ୍ଗସର ଘରୋଇ ଗ୍ରାଉଣ୍ଡରେ ଏହି ମ୍ୟାଚ ଖେଳଯିବ ।

ଆଜି ଆଇପିଏଲରେ ପ୍ରଥମ କ୍ୱାଲିଫାୟର । ଦେଖିବାକୁ ମିଳିବ ପ୍ଲେ-ଅଫ୍ ମୁକାବିଲା । ପ୍ରଥମ କ୍ୱାଲିଫାୟରରେ ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜରାଟ ଟାଇଟନ୍ସ ଓ ୪ଥର ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗସ୍ ସାମ୍ନାସାମ୍ନି ହେବେ । ବିଜୟୀ ଟିମ୍ ଫାଇନାଲକୁ ଯିବ । ସୁପର କିଙ୍ଗସର ଘରୋଇ ଗ୍ରାଉଣ୍ଡରେ ଏହି ମ୍ୟାଚ ଖେଳଯିବ । ପୂର୍ବ ରେକର୍ଡ ଅନୁଯାୟୀ ଗୁଜରାଟର ପଲ୍ଲା ଭାରି ରହିଥିବା ବେଳେ ସୁପର କିଙ୍ଗସ୍ ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି । ଦର୍ଶକଙ୍କ ସମର୍ଥନ ମଧ୍ୟ ଦଳର ମନୋଭାବ ବଢ଼ାଇବ । ଉଭୟ ଦଳ ପରସ୍ପରକୁ ୩ଥର ଭେଟିଛନ୍ତି । ଟାଇଟନ୍ସ ସମସ୍ତ ମ୍ୟାଚ ଜିତିଛି । ଉଭୟ ଦଳର ସ୍ପିନରଙ୍କ ମଧ୍ୟରେ କଡା ଟକ୍କର ହେବ ବୋଲି କୁହାଯାଉଛି । ଚିପକ୍ ପିଚ୍ ସ୍ପିନରଙ୍କୁ ସୁହାଇବ ।ରସିଦ ଖାନ୍, ନୁର ଅହମ୍ମଦ, ରବୀନ୍ଦ୍ର ଜାଡେଜା ଓ ମୋଇନ ଅଲ୍ଲୀଙ୍କୁ ଭଲ ଓ୍ଵିକେଟ ମିଳିପାରେ ବୋଲି ଆଶା କରାଯାଉଛି ।