Below header

IPL ଇତିହାସର ସବୁଠାରୁ ବିସ୍ଫୋରକ ବ୍ୟାଟ୍ସମ୍ୟାନ, ଯାହାଙ୍କ ସହ ଖେଳିବାକୁ ଭୟ କରନ୍ତି ବୋଲର୍

୨୩ ମାର୍ଚ୍ଚରେ ଆରମ୍ଭ ହେବ ଆଇପିଏଲ୍ ସିଜନ୍ ୧୨ । ପୁଣି ଥରେ ଦେଖିବାକୁ ମିଳିବ ବ୍ୟାଟ୍ ଏବଂ ବଲ୍ ମଧ୍ୟରେ ଘମାସାନ ଲଢେଇ । ତେବେ ବିଜୟ ସ୍ବାଦ ଚାଖିବା ପାଇଁ କେବଳ ବ୍ୟାଟ୍ସମ୍ୟାନ୍ ନୁହଁନ୍ତି ବୋଲରଙ୍କର ମଧ୍ୟ ରହଥାଏ ଗୁରୁତ୍ବପୂର୍ଣ୍ଣ ଭୂମିକା । ଆସନ୍ତୁ ଜାଣିବା ୧୧ ଟି ଯାକ ସିଜନରେ ଅରେଞ୍ଜ କ୍ୟାପ୍ ଜିତିଥିବା ଖେଳାଳୀଙ୍କ ବିଷୟରେ ।

ସିଜନ୍ ୧ : ଆଇପିଏଲ୍ ର ପ୍ରଥମ ସିଜନରେ କିଙ୍ଗ୍ସ ଇଲେଭେନ୍ ପଂଜାବ ପାଇଁ ଖେଳୁଥିବା ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍ ସନ୍ ମାର୍ଶ ନିଜ ନାଁରେ କରିଥିଲେ ଅରେଞ୍ଜ କ୍ୟାପ୍ । ମାର୍ସ ୧୧ ଟି ମ୍ୟାଚରେ ୬୧୬ ରନ୍ କରିଥିଲେ ।

ସିଜନ୍ ୨ : ୨୦୦୯ରେ ଅଷ୍ଟ୍ରେଲିଆର ପୂର୍ବତନ ବ୍ୟାଟ୍ସମ୍ୟାନ୍ ମାଥ୍ୟୁ ହେଡେନ୍ ଏହି କ୍ୟାପକୁ ନିଜ କବଜାରେ କରିଥିଲେ । ଚେନ୍ନାଇ ସୁପରକିଙ୍ଗ୍ସ ର ଏହି ବାମହାତି ବ୍ୟାଟ୍ସମ୍ୟାନ୍ ୧୨ ଟି ମ୍ୟାଚରେ ୧୪୪ ଷ୍ଟ୍ରାଇକ୍ ରେଟ୍ ହିସାବରେ ୫୭୨ ରନ୍ କରିଥିଲେ ।

ସିଜନ୍ ୩ : ମାଷ୍ଟର ବ୍ଲାଷ୍ଟର୍ ସଚିନ୍ ତେନ୍ଦୁଲକର ୨୦୧୦ରେ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ଖେଳି ୬୧୮ ରନ୍ କରି ଏହି କ୍ୟାପରେ କରିଥିଲେ କବଜା । ଏହା ମଧ୍ୟରେ ସେ ୮୬ ବାଉଣ୍ଡ୍ରି ମଧ୍ୟ ମାରିଥିଲେ ।

ସିଜନ ୪ : ୨୦୧୧ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ତରଫରୁ ଖେଳି ୧୨ ଟି ମ୍ୟାଚରେ ୧୮୩.୧୩ ଷ୍ଟ୍ରାଇକ୍ ରେଟ୍ ସହ ୬୦୮ ରନ୍ ଏହି କ୍ୟାପ୍ ହାସଲ କରିଥିଲେ କ୍ରିସ୍ ଗେଲ୍ ।

ସିଜନ୍ ୫ : ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ତରଫରୁ ଏଥର ମଧ୍ୟ ବିସ୍ଫୋଟକ ବ୍ୟାଟ୍ସମ୍ୟାନ୍ ସାବ୍ୟସ୍ତ ହୋଇଥିଲେ କ୍ରିସ୍ ଗେଲ୍ । କ୍ରିସ୍ ଗେଲ୍ ୨୦୧୨ରେ ୭୩୩ ରନ୍ କରିଥିଲେ । ଏହି ସିଜନରେ ସେ ୪୮ ଚୌକା ଏବଂ ୫୯ ଛକା ମାରି ଏହି କ୍ୟାପ୍ ନିଜ ନାଁରେ କରିଥିଲେ ।

ସିଜନ୍ ୬ : ୨୦୧୩ରେ ଚେନ୍ନାଇ ସୁପରକିଙ୍ଗ୍ସର ମାଇକେଲ୍ ହସି ୧୨୯ ଷ୍ଟ୍ରାଇକ୍ ରେଟରେ ୭୩୩ ରନ୍ କରିଥିଲେ ।

ସିଜନ୍ ୭ : ରବିନ୍ ଇଥପ୍ପା ୨୦୧୪ରେ କୋଲକାତା ନାଇଟ୍ ରାଇଡର୍ସ ତରଫରୁ ଖେଳି ୬୬୦ ରନ୍ କରି ଏହି କ୍ୟାପରେ କବଜା କରିଥିଲେ । ଏହି ସିଜନରେ ଇଥପ୍ପା ଲଗାତାର ୮ଟି ପାଳିରେ ୪୦ + ସ୍କୋର କରିଥିଲେ ।

ସିଜନ୍ ୮ : ୨୦୧୫ରେ ସନରାଇଜର୍ସ ହାଇଦ୍ରାବାଦ ତରଫରୁ ଖେଳି ଡେଭିଡ୍ ୱନର୍ ୫୬୨ ରନ୍ କରିଥିଲେ । ଏହି ସିଜନରେ ତାଙ୍କର ସର୍ବୋଚ୍ଚ ସ୍କୋର ଥିଲା ୯୧ ।

ସିଜନ୍ ୯ : ୨୦୧୬ରେ ବିରାଟ ରେକର୍ଡ କରିଥିଲେ କୋହଲି । ଏମିତି ରେକର୍ଡ କରିଥିଲେ କୋହଲି ଯାହାର କଳ୍ପନା ମଧ୍ୟ କେହି କରିନଥିଲେ । ଆରସିବି ର ଅଧିନାୟକ କୋହଲି ଏହି ସିଜିନରେ ୯୭୩ ରନ୍ କରିଥିଲେ । ଏହି ସିଜନରେ କୋହଲି ୧୬ ଟି ମ୍ୟାଚରେ ୪ ଥର ଶତକ କରିଥିଲେ ।

ସିଜନ୍ ୧୦ : ସନରାଇଜର୍ସ ହାଇଦ୍ରବାଦ ତରଫରୁ ଖେଳି ଡେଭିଡ୍ ୱନର୍ ୨୦୧୭ରେ ୬୪୧ ରନ୍ କରିଥିଲେ ।

ସିଜନ୍ ୧୧ : ସନରାଇଜର୍ସ ହାଇଦ୍ରବାଦ କ୍ୟାପଟେନ୍ କେନ୍ ୱିଲିୟମସନ୍ ୨୦୧୮ ରେ ୧୭ ଟି ମ୍ୟାଚରେ ୭୩୫ ରନ୍ କରି ଏହି ଅରେଞ୍ଜ କ୍ୟାପ୍ ହାସଲ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.