ଦିନିକିଆ କ୍ରିକେଟରେ ଇତିହାସ ରଚିଲେ ଝୁଲଣ ଗୋସ୍ୱାମୀ, ସାଜିଲେ ୨୫୦ ଓ୍ଵିକେଟ ନେଇଥିବା ବିଶ୍ୱର ପ୍ରଥମ ମହିଳା କ୍ରିକେଟର

ଭାରତୀୟ ମହିଳା କ୍ରିକେଟ ଟିମ୍‌ର ଦ୍ରୁତ ବୋଲର ଝୁଲଣ ଗୋସ୍ୱାମୀ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଉଥିବା ବିଶ୍ୱକପରେ ବଡ ସଫଳତା ପାଇଛନ୍ତି। ଇଂଲଣ୍ଡ ବିପକ୍ଷରେ ଖେଳି ବ୍ୟାଟସମ୍ୟାନ ଟମି ବିମୋଣ୍ଟଙ୍କୁ ଏଲବିଡବ୍ଲ୍ୟୁରେ ଆଉଟ୍‌ କରି ୨୫୦ ଓ୍ଵିକେଟ ପୂରଣ କରିଛନ୍ତି। ଆଉ ଏହି ୨୫୦ ଓ୍ଵିକେଟ ନେଇ ସାଜିଛନ୍ତି ବିଶ୍ୱର ପ୍ରଥମ ମହିଳା କ୍ରିକେଟର। ଏପର୍ଯ୍ୟନ୍ତ କୌଣସି କ୍ରିକେଟରଙ୍କ ନାମରେ ଏହି ରେକର୍ଡ ହୋନାହିଁ। ଏପର୍ଯ୍ୟନ୍ତ ବିଶ୍ୱର କୌଣସି ମହିଳା ଖେଳାଳି ୨୦୦ ଓ୍ଵିକେଟ ନିଜ ନାମରେ କରିନାହାନ୍ତି।

ଏହା ପୂର୍ବରୁ ଦିନିକିଆରେ ସର୍ବାଧିକ ୱିକେଟ ନେବା ତାଲିକାରେ ଉପରେ ରହିଥିଲେ । ଝୁଲଣଙ୍କ ପରେ ଏହି ତାଲିକାରେ ଅଷ୍ଟ୍ରେଲିଆର ବୋଲର କାଥୀରନ ଲୋରେନ ପିଟଜପାଟ୍ରିକ ରହିଛନ୍ତି । ସେ ଦିନିକିଆରେ ଏବେ ପର୍ଯ୍ୟନ୍ତ ମୋଟ ୧୦୯ଟି ୱିକେଟ ଅକ୍ତିଆର କରିଛନ୍ତି । ୨୦୦୨ ମସିହାରେ ଝୁଲଣ ଗୋସ୍ୱାମୀ ନିଜ କ୍ରିକେଟ କ୍ୟାରିଅର ଆରମ୍ଭ କରିଥିଲେ। ଦୀର୍ଘ ୨୦ ବର୍ଷ ହେଲା କ୍ରିକେଟ ଖେଳୁଛନ୍ତି ଝୁଲଣ।

ଦିନିକିଆରେ ସର୍ବାଧିକ ୱିକେଟ୍ ନେଇଥିବା ମହିଳା ବୋଲର :

ଝୁଲଣ ଗୋସ୍ୱାମୀ(ଭାରତ)- ୧୯୯ ମ୍ୟାଚ୍, ୨୫୦ ୱିକେଟ୍
କାଥୀରନ ଲୋରେନ୍ ପିଟ୍ଜପାଟ୍ରିକ୍(ଅଷ୍ଟ୍ରେଲିଆ) – ୧୦୯ ମ୍ୟାଚ୍ ୧୮୦ ୱିକେଟ୍।
ଅନୀସ ମହମ୍ମଦ(ୱେଷ୍ଟଇଣ୍ଡିଜ୍)- ୧୩୯ ମ୍ୟାଚ୍, ୧୮୦ ୱିକେଟ୍।
ଶବନୀମ ଇସ୍ମାଲ୍(ଦକ୍ଷିଣ ଆଫ୍ରିକା)- ୧୧୭ ମ୍ୟାଚ୍, ୧୬୮ ୱିକେଟ୍।
କାଥରୀନ ହେଲେନ୍ ବ୍ରଣ୍ଟ(ଇଂଲଣ୍ଡ)- ୧୩୫ ମ୍ୟାଚ୍, ୧୬୪ ୱିକେଟ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.