Below header

ଶକ୍ତିବର୍ଦ୍ଧକ ସାମଗ୍ରୀ ସେବନ ଅଭିଯୋଗରେ ଅଲିମ୍ପିଆନ୍‌ କେ. ରବି କୁମାର ନିଲମ୍ବିତ

ଭୁବନେଶ୍ବର(କେନ୍ୟୁଜ୍) : ଅଲିମ୍ପିଆନ୍‌ କେ. ରବିକୁମାର ନିଲମ୍ବିତ । ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଓଡ଼ିଶାର ଭାରୋତ୍ତୋଳନରେ ସ୍ୱର୍ଣ୍ଣ ବିଜେତା କେ. ରବିକୁମାର ଡୋପ୍‌ ଟେଷ୍ଟରେ ଫେଲ୍‌ ମାରିଛନ୍ତି । ନ୍ୟାସନାଲ୍‌ ଆଣ୍ଟି ଡୋପିଙ୍ଗ୍‌ ଏଜେନ୍ସି ତାଥା ନାଡା ଦ୍ୱାରା ହୋଇଥିବା ପରୀକ୍ଷାରେ ତାଙ୍କର ଏ-ସାମ୍ପୁଲ ପଜେଟିଭ୍‌ ଆସିଥିଲା । ଏହାପରେ ନାଡା ସୁପାରିଶକ୍ରମେ ବାରଣ କରାଯାଇଥିବା ଶକ୍ତିବର୍ଦ୍ଧକ ସାମଗ୍ରୀ ସେବନ କରିଥିବା ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଛି । ଏନେଇ ନାଡା ସାଇଟ୍‌ରେ ସୂଚନା ଦିଆଯାଇଛି । ୨୦୧୦ ଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କେ. ରବିକୁମାର ୬୯ କେଜି ବର୍ଗରେ ସ୍ୱର୍ଣ୍ଣ ଜିତିଥିଲେ । ତେବେ ଗତ ମାସରେ ହୋଇଥିବା ଡୋପ୍‌ ଟେଷ୍ଟରେ କେ. ରବିଙ୍କ ସମେତ ଏକାଧିକ ଭାରୋତ୍ତୋଳକ, ଆଥଲେଟ୍‌ ଏବଂ ଜଣେ ମାରାଥନ୍‌ ଚାମ୍ପିଅନ୍‌ ଫେଲ୍‌ ହୋଇଥିଲେ । ବର୍ତ୍ତମାନ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

କଣ କହୁଛନ୍ତି ରବି କୁମାର

ତେବେ ଏହା ବିରୋଧରେ ସେ ଆବେଦନ କରିବେ ଏବଂ ପୂର୍ବରୁ ତାଙ୍କୁ ସବୁଜ ସଂକେତ ମିଳିଥିଲା ବୋଲି ଏହି ନିଷ୍ପତ୍ତି ଆସିବା ପରେ ରବି କୁମାର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ସେ ନାଡାରେ ଆବେଦନ କରିବେ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.