Below header

ଜମ୍ମୁ-କାଶ୍ମୀର ପୁଲଓ୍ଵାମାରେ ଆଇଇଡି ବିସ୍ଫୋରଣରେ ଓଡ଼ିଆ ଯବାନ ସହିଦ

ଜମ୍ମୁ-କାଶ୍ମୀର : ଜମ୍ମୁ-କାଶ୍ମୀର ପୁଲଓ୍ଵାମାରେ ଆଇଇଡି ବିସ୍ଫୋରଣରେ ଓଡ଼ିଆ ଯବାନ ସହିଦ । ମୃତ ଯବାନ ହେଲେ ଢେଙ୍କାନାଳ କାମାକ୍ଷାନଗର ବଡ ସୁଆଁଳ ଗାଁର ଅଜିତ୍‌ ସାହୁ । ଗତକାଲି ଆତଙ୍କବାଦୀ ବିସ୍ଫୋରଣରେ ସେ ଆହତ ହୋଇଥିଲେ । ଗତକାଲି ସନ୍ଧ୍ୟାରେ ପୁଲଓ୍ଵାମାର ଅରିହଲ ଅଞ୍ଚଳରେ ଯବାନଙ୍କ ଗାଡି ଯାଉଥିବା ବେଳେ ତାକୁ ଆତଙ୍କବାଦୀ ଟାର୍ଗେଟ କରିଥିଲେ । ଘଟଣାରେ ୮ ଯବାନ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିଲା। ଆଜି ଅଜିତ୍‌ଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆସନ୍ତାକାଲି ତାଙ୍କ ମୃତଦେହ ଓଡ଼ିଶା ଅଣାଯିବ । ୨୦୧୫ ମସିହାରେ ଅଜିତ ସେନା ବାହିନୀରେ ଯୋଗ ଦେଇଥିଲେ । ତାଙ୍କ ମୃତ୍ୟୁ ଖବର ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.