‘ରେସ ୪’ରେ କାମ କରିବେ କେଦାର ଜାଧବ, ରୋହିତ ଶର୍ମା ଭିଡିଓ କରି କଲେ ଖୁଲାସା

କ୍ରିକେଟର କେଦାର ଜାଧବ ଜଲଦି ହିଁ ବଲିଉଡ ଫିଲ୍ମ ‘ରେସ ୪’ରେ ନଜର ଆସିପାରନ୍ତି। ଭାରତୀୟ କ୍ରିକେଟ ଟିମର ଉପଅଧିନାୟକ ରୋହିତ ଶର୍ମା ଇନଷ୍ଟାଗ୍ରାମ ଭିଡିଓ ଜରୀଆରେ ଏହାର ଖୁଲାସା କରିଛନ୍ତି। ଆଇସିସି କ୍ରିକେଟ ୱାର୍ଲ୍ଡ କପ୍ ୨୦୧୯ ନିଜର ଅନ୍ୟ ୱାର୍ମ ଅପ୍ ମ୍ୟାଚ ପାଇଁ ଯିବା ସମୟରେ ବସରେ ରୋହିତ ଶର୍ମା ଏହି ଭିଡିଓ ବନାଇଛନ୍ତି। ଏଥିରେ ତାଙ୍କ ସହିତ ରବିନ୍ଦ୍ର ଜାଡେଜା ଏବଂ କେଦାର ଜାଦବ ମଧ୍ୟ ନଜର ଆସୁଛନ୍ତି। ଏହି ସମୟରେ ରୋହିତ କହିଛନ୍ତି ଯେ କେଦାର ‘ରେସ ୪’ରେ ଅଭିନୟ କରିପାରନ୍ତି।

rohit sharmaରୋହିତ ଭିଡିଓର ଆରମ୍ଭ କରି ସର୍ବପ୍ରଥମେ ରବିନ୍ଦ୍ର ଜାଡେଜାଙ୍କୁ ନ୍ୟୁଜଲ୍ୟାଣ୍ଡର ବିପକ୍ଷରେ ୱାର୍ମ ଅପ୍ ମ୍ୟାଚରେ ଅର୍ଦ୍ଧଶତକୀୟ ପାର ଖେଳିବା ପାଇଁ ଶୁଭେଚ୍ଛା ଦେଇଛନ୍ତି। ଏହାପରେ ସେ ଜାଧବଙ୍କୁ ‘ରେସ ୪’ ବିଷୟରେ କହିଛନ୍ତି। ରୋହିତ କହିଲେ, ‘ଜଡ୍ଡୁ ସହିତ ମୁଁ ବସିଛି ଆମର ନୂଆ ରେସ ୪ ଆକ୍ଟର। କେଦାର, ଆମେ ଶୁଣିଛୁ ଆପଣଙ୍କୁ ରେସ ୪ରେ କିଛି ଅଫର କରାଯାଇଛି, ସ୍ପେଶାଲ ଆପିୟରାନ୍ସ ପାଇଁ ନା ଆଉ କିଛି?’

ଏହାର ଉତ୍ତରରେ କେଦାର ଜାଧବ କହିଲେ,‘ହଁ, ଏବେ ପର୍ଯ୍ୟନ୍ତ କୌଣସି ଫାଇନାଲ ହୋଇନାହିଁ, ସେହି ବିଷୟରେ କଥା ଚାଲିଛି।’ ଏଥିରେ ରୋହିତ ଶର୍ମା ତାଙ୍କୁ ଶୁଭକାମନା ଜଣାଇଛନ୍ତି।

kedar salmanଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏବେ ପର୍ଯ୍ୟନ୍ତ ‘ରେସ ୪’ ଫିଲ୍ମକୁ ନେଇ କୌଣସି ଅଫିସିଆଲ ଘୋଷଣା କରାଯାଇନାହିଁ। ଏହାସହିତ କେଦାର ଜାଧବଙ୍କ ବିଷୟରେ ‘ରେସ’ ଫିଲ୍ମ ର ଫ୍ରେଞ୍ଚାଇଜି ନିର୍ମାତା କୌଣସି ବୟାନ ଦେଇନାହାନ୍ତି। ‘ରେସ’ ଫ୍ରେଞ୍ଚାଇଜିର ପ୍ରଥମ ଫିଲ୍ମ ୨୦୦୮ରେ ଆସିଥିଲା। ଯେଉଁଥିରେ ସୈଫ ଅଲୀ ଖାନ, ବିପାଶା ବସୁ, ଅକ୍ଷୟ ଖନ୍ନା, ଅନିଲ କପୁର ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ସେହିଭଳି ୨୦୧୨ରେ ରେସ ୨ ରିଲିଜ ହୋଇଥିଲା। ଏଥିରେ ଜନ ଆବ୍ରାହମ ମୁଖ୍ୟ ଭୂମିକାରେ ଥିଲେ। ସଲମାନ ଖାନ, ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍, ବବି ଦେଓଲ ମୁଖ୍ୟ ଭୂମିକାରେ ‘ରେସ ୩’ ପୂର୍ବ ବର୍ଷ ରିଲିଜ ହୋଇଥିଲା।

ଜଣାଇବାକୁ ଚାହିଁବୁ ଯେ କେଦାର ଜାଧବ ସୁପରଷ୍ଟାର ସଲମାନ ଖାନଙ୍କ ବଡ ଫ୍ୟାନ ଅଟନ୍ତି। ସେ ୱାନଡେରେ ନିଜର ପ୍ରଥମ ଶତକ ଳଗାଇବା ପରେ ସଲମାନଙ୍କର ଦବଙ୍ଗ ଗୀତରେ ଡ୍ୟାନ୍ସ କରି ସେଲିବ୍ରେଟ କରିଥିଲେ। ଏହାପରେ ପୂର୍ବରୁ ସେ ଯେତେବେଳେ ଏକ ୱେବ ଶୋରେ ନଜର ଆସିଥିଲେ ସେତେବେଳେ ମଧ୍ୟ ସେ ଜଣାଇଥିଲେ ଯେ ସଲାମାନଙ୍କ ବଡ
ଫ୍ୟାନ୍ ଅଟନ୍ତି।

 

View this post on Instagram

 

Bus drives are fun! PS – listen carefully! @kedarjadhavofficial @royalnavghan

A post shared by Rohit Sharma (@rohitsharma45) on

Leave A Reply

Your email address will not be published.