ମିଳିଲେ କେଦାର ଯାଦବଙ୍କ ବାପା, ପୁନେର କେଥରୁଡ ଅଞ୍ଚଳରୁ ହୋଇଥିଲେ ନିଖୋଜ
ଟିମ୍ ଇଣ୍ଡିଆରେ ଖେଳାଳି କେଦାର ଯାଦବଙ୍କ ବାପା ମହାଦେବ ଯାଦବ ସୁରକ୍ଷିତ ଭାବେ ଫେରିଛନ୍ତି । ପୁନେର କେଥରୁଡ ଅଞ୍ଚଳରୁ ଗତକାଲି ଦିନ ୧୧.୩୦ରେ ନିଖୋଜ ହୋଇଯାଇଥିଲେ ।

ଟିମ ଇଣ୍ଡିଆର କ୍ରିକେଟର କେଦାର ଯାଦବଙ୍କ ବାପା ନିଖୋଜ ହେବାର କିଛି ଘଣ୍ଟା ପରେ ସୁରକ୍ଷିତ ଭାବେ ଫେରିଛନ୍ତି । ପୁନେର କେଥରୁଡ ଅଞ୍ଚଳରୁ ସୋମବାର ଦିନ ୧୧ଟା ୩୦ରୁ କେଦାର ଯାଦବଙ୍କ ବାପା ମହାଦେବ ଯାଦବ ନିଖୋଜ ହୋଇଥିବା ଅଭିଯୋଗ ହୋଇଥିଲା । ନିଖୋଜ ହେବା ପରେ ତାଙ୍କ ଫୋନ୍ ସୁଇଚ୍ଅଫ୍ ହୋଇଯାଇଥିଲା। ପରିବାର ଲୋକେ ଖୋଜାଖୋଜି କରିଥିଲେ। କିନ୍ତୁ ତାଙ୍କ ପତ୍ତା ନମିଳିବାରୁ ଅଲଙ୍କର ପୋଲିସ ଷ୍ଟେସନରେ କେଦାର ଯାଦବଙ୍କ ପରିବାର ଲୋକେ ଏନେଇ ଅଭିଯୋଗ କରିଛନ୍ତି ।
ଖବର ମୁତାବକ, କେଦାରଙ୍କ ବାପା ସୋମବାର ଦିନ ସକାଳୁ ଘରୁ ଚଲାବୁଲା କରିବା ପାଇଁ ବାହାରକୁ ଯାଥିଲେ । ଏହାପରେ ହଠାତ କେଉଁଆଡେ ନିଖୋଜ ହୋଇଯାଇଥିଲେ । କିଛି ସମୟ ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ ତାଙ୍କୁ ବହୁତ ଖୋଜାଖୋଜି କରାଥିଲେ ଘର ଲୋକ । ହେଲେ ସେ ନ ମିଳିବାରୁ ପୋଲିସ ଷ୍ଟେସନରେ ଏତଲା ଦିଆଯାଇଥିଲା । ଏହା ପରେ ପୋଲିସ ତାଙ୍କୁ ଖୋଜିବା ପାଇଁ ଏକ ଟିମ୍ ଗଠନ କରିଥିଲା । ପୋଲିସ ଖୋଜିବାର କିଛିଘଣ୍ଟା ପରେ ସେ ମିଳିଥିଲେ । ତେବେ ମହାଦେବ ଯାଦବ ମାନସିକ ରୋଗୀ ଥିବା ପୋଲିସ କହିଛି। ସେ ଡିମେନିଟିଆ ରୋଗରେ ପୀଡ଼ିତ ଥିବା ପୋଲିସ କହିଛି।
Instagram story of Kedar Jadhav – father is safe. pic.twitter.com/3BCP1DKfIN
— Johns. (@CricCrazyJohns) March 27, 2023
କେଦାର ଯାଦବ ୭୩ ଟି ଦିନିକିଆ ମ୍ୟାଚ୍ ଖେଳିଥିବା ବେଳେ ୯ଟି ୨୦ ମ୍ୟାଚ ଖେଳିଛନ୍ତି । ଏହାଛଡା ଆଇପିଏଲରେ ୯୩ ମ୍ୟାଚ୍ ଖେଳିଛନ୍ତି କେଦାର ଯାଦବ । କିଛିଦିନ ହେଲାଣି କେଦାର ଯାଦବ ଭାରତୀୟ ଟିମରୁ ବାଦ୍ ପଡିଛନ୍ତି ।