ଭାରତକୁ ଲାଗିଲା ବଡ଼ ଝଟ୍‌କା! କେଏଲ୍‌ ରାହୁଲ ହେଲେ କରୋନା ସଂକ୍ରମିତ, ଟି୨୦ ସିରିଜ୍‌ରେ ଖେଳିବା ମୁସ୍କିଲ

ଭାରତ ଓ େଓ୍ଵଷ୍ଟ୍‍ଇଣ୍ଡିଜ ମଧ୍ୟରେ ଶୁକ୍ରବାର ୨୨ ଜୁଲାଇରୁ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଆରମ୍ଭ ହେଉଛି। କିନ୍ତୁ ଏଥି ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି। ଭାରତୀୟ ଟିମ୍‌ର ଷ୍ଟାର୍‌ ବ୍ୟାଟ୍ସମ୍ୟାନ କେଏଲ୍‌ ରାହୁଲ କରୋନାରେ ସଂକ୍ରମିତ ହୋଇଛନ୍ତି।

େଓ୍ଵଷ୍ଟ୍‍ଇଣ୍ଡିଜ ବିପକ୍ଷରେ ହେବାକୁ ଥିବା ୫ ମ୍ୟାଚ୍‌ ବିଶିଷ୍ଟ ଆଗାମୀ ଟି୨୦ ସିରିଜ୍‌ ପାଇଁ ତାଙ୍କୁ ଚୟନ କରାଯାଇଥିଲା ଏବଂ ସେ ଫେରିବା ନେଇ ଆଶା ଥିଲା। କିନ୍ତୁ ଏବେ କୋଭିଡ୍‌ ପଜିଟିଭ ବାହାରିବା ପରେ ଟିମ୍‌ ଇଣ୍ଡିଆରେ ତାଙ୍କ ପ୍ରତ୍ୟାବର୍ତ୍ତନର ଅପେକ୍ଷା ଆହୁରି ବଢ଼ି ଯାଇପାରେ।

କେଏଲ୍‌ ରାହୁଲ କୋଭିଡ୍‌ ପଜିଟିଭ ହେବା ନେଇ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ନିଜେ ସୂଚନା ଦେଇଛନ୍ତି। ଗାଙ୍ଗୁଲି ଆପେକ୍ସ କାଉନସିଲ୍‌ ବୈଠକ ପରେ ମିଡିଆକୁ ଏହି କଥା ଜଣାଇଛନ୍ତି। ସୂଚନାଥାଉ କି, ଆଇପିଏଲ୍‌ ପରେ କେଏଲ୍‌ ରାହୁଲଙ୍କୁ ମାଂସପେଶୀରେ ଯନ୍ତ୍ରଣା ସମସ୍ୟା ଆସିଥିଲା। ଏହି କାରଣରୁ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜ୍‌ରେ ମଧ୍ୟ ଖେଳି ପାରି ନ ଥିଲେ ଏବଂ ପରେ ଇଂଲଣ୍ଡର ପୂରା ଗସ୍ତରୁ ବି ବାହାରି ଯାଇଥିଲେ।

ଏହି ସମୟରେ ସେ ଚିକିତ୍ସା ପାଇଁ ଜର୍ମାନୀ ଯାଇଥିଲେ ଏବଂ ସେଠାରୁ ଫେରି ବେଙ୍ଗାଲୁରୁସ୍ଥିତ ରାଷ୍ଟ୍ରୀୟ କ୍ରିକେଟ ଏକାଡେମୀରେ ନିଜ ଫିଟ୍‌ନେସ୍‌ ଉପରେ କାମ କରୁଥିଲେ।

You might also like