ବିଶ୍ବକପ୍ ହାରିବା ଟିମକୁ ମିଳିଥାଏ କେତେ ଟଙ୍କା ? ବିଜେତାକୁ ବି ମିଳେ ନାହିଁ ଟ୍ରଫି . . . ଅଜବ ଏ ଆଇସିସି ନିୟମ

କିଏ ହେବ ବିଶ୍ୱକପ୍ ଚାମ୍ପିଅନ୍? ନୂଆ ବିଜେତା ଦେଖିବ ସାରା ବିଶ୍ୱ। ଆଜି କ୍ରିକେଟର ମକ୍କା ଲର୍ଡସରେ ଦର୍ଶନ ଦେଖିବେ ୨୦୧୯ ବିଶ୍ୱକପର ଫାଇନାଲ୍ ମୁକାବିଲା। ଟାଇଟଲ୍ ପାଇଁ ଲଢ଼ିବେ ଆୟୋଜକ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ। ଯିଏ ଜିତିବ ପ୍ରଥମ ଥର ହେବ କ୍ରିକେଟ ବିଶ୍ୱବିଜେତା । ବିଶ୍ୱବିଜୟୀ ହେବା ସୌଭାଗ୍ୟ ଏଯାଏଁ ଆୟୋଜକ ଇଂଲଣ୍ଡ ଭାଗ୍ୟରେ ଜୁଟିନି। ୨୭ ବର୍ଷ ପରେ ଆସିଛି ସୁବର୍ଣ୍ଣ ସୁଯୋଗ। ହାତଛଡ଼ା କରିବାକୁ ଚାହିଁବନି ଇଂଲିଶ ବାହିନୀ। ପୁଣି ଘରୋଇ ପରିବେଶରେ ଖେଳୁଛି। କ୍ରାଉଡ୍ ସପୋର୍ଟ ଥିବାରୁ ଫାଇଦା ମିଳିବ।

ସେହିପରି କିଛି ରୋମାଞ୍ଚ ଓ ଚମତ୍କାର କରିବା ଲକ୍ଷ୍ୟରେ ରହିଛି ନ୍ୟୁଜିଲାଣ୍ଡ । ଚଳିତ ବିଶ୍ୱକପରେ ଡାର୍କହର୍ସ ଭାବେ ଉଭା ହୋଇଛି । ସେମିରେ ରୋମାଞ୍ଚକର ମୁକାବିଲାରେ ଟାଇଟଲ୍ ଦାବିଦାର ଟିମ୍ ଇଣ୍ଡିଆକୁ ହରାଇ ଫାଇନାଲରେ ପ୍ରବେଶ କରିଛି ବ୍ଲାକ୍ କ୍ୟାପ୍ ଟିମ୍। ଲଗାତାର ଦ୍ୱିତୀୟ ଥର ଫାଇନାଲରେ ଏଣ୍ଟ୍ରି ମାରିଛି। ଆଜି ତଗଡ଼ା ମୁକାବିଲା ଦେଖିବାକୁ ମିଳିବା ସମ୍ଭାବନା ରହିଛି।

 

ତେବେ ଜାଣନ୍ତି କି ବିଶ୍ବକପ୍ ଫାଇନାଲରେ ହାରୁଥିବା ଏବଂ ଜିତୁଥିବା ଦଳ କେତେ ଟଙ୍କା ପାଇବେ ? ସର୍ବପ୍ରଥମେ ଜଣାଇଦେବୁ ବିଶ୍ବକପର ସମୁଦାୟ ପୁରସ୍କାର ରାଶି ହେଉଛି ଏକ କୋଟି ଡଲାର୍ ଅର୍ଥାତ୍ ୬୯.୪୧ କୋଟି ଟଙ୍କା । ବିଜେତା ଟିମକୁ ମିଳିବ ୪୦ ଲକ୍ଷ ଡଲାର୍ ଆର୍ଥାତ୍ ୨୮ କୋଟି । ଏହା ସହ ଯେଉଁ ଟିମ୍ ଫାଇନାଲ୍ ମୁକାବିଲାରେ ହାରିଯିବ ତାକୁ ମିଳିବ ୨୦ ଲକ୍ଷ ଡଲାର୍ ଅର୍ଥାତ୍ ୧୩.୮ କୋଟି । ଅନ୍ୟପଟେ ଲିଗ ମ୍ୟାଚ୍ ଜିତିଥିବା ଟିମକୁ ମିଳିଛି ୪୦-୪୦ ଡଲାର୍ ଅର୍ଥାତ୍ ୨୮ ଲକ୍ଷ ଟଙ୍କା । ଏବଂ ନକଆଉଟରେ ପହଂଚିଥିବା ସମସ୍ତ ଟିମକୁ ୧ – ୧ ଲକ୍ଷ ଡଲାର୍ ଅର୍ଥାତ୍ ୭୦ ଲକ୍ଷ ଲେଖାଏଁ ଟଙ୍କା ମିଳିଥିବା ବେଳେ ସେମିଫାଇନାଲରେ ହାରିଥିବା ଟିମ୍ ଅର୍ଥାତ ଭାରତକୁ ମିଳିଛି ୮ ଲକ୍ଷ ଡଲାର୍ (୫.୬ କୋଟି) ।

ଏହା ସହ ପଢନ୍ତୁ ଆଙ୍ଗୁଠିରେ ଆଘାତ, ରକ୍ତ ଜମି ନଖ ପଡିଯାଇଥିଲା କଳା . . . ତଥାପି ମୈଦାନରେ ଚଟାଣ ପରି ଛିଡା ହୋଇଥିଲେ ମାହି

ତେବେ ଯେଉଁ ଟିମ୍ ଜିତିବ ବିଶ୍ବକପ୍ ସେ ଟ୍ରଫି ନେଇପାରିବନି । ବର୍ତ୍ତମାନ ବିଶ୍ବକପର ଟ୍ରଫିରେ ସୁନା ଏବଂ ଚାନ୍ଦିର କାମ ହୋଇଛି । ଯାହାର ଓଜନ ହେଉଛି ପ୍ରାୟ ୧୧ କିଲୋ ଏବଂ ଉଚ୍ଚତା ୬୦ ସେଣ୍ଟିମିଟର । ସୁନା ଏବଂ ଚାନ୍ଦିରେ ତିଆରି ଏହି ଟ୍ରଫି ଏକ ସ୍ବର୍ଣ୍ଣ ଗ୍ଲୋବ୍ ପରି ଦେଖାଯାଏ ।

ନିୟମ ଅନୁସାରେ, ବିଶ୍ବକପ୍ ବିଜେତାକୁ ଅସଲ ଟ୍ରଫି ମିଳେ ନାହିଁ । ବରଂ ଅସଲ ଟ୍ରଫି ଭଳି ଦେଖାଯାଉଥିବା ନକଲି ଟ୍ରଫି ମିଳିଥାଏ । ଆଉ ଅସଲ ଟ୍ରଫିକୁ ଆଇସିସି ନିଜର ମୁଖ୍ୟ ଶାଖା ଶରଜାହାରେ ସମ୍ଭାଳିକି ରଖିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.