ଆଇପିଏଲ ଅଭ୍ୟାସ ମ୍ୟାଚରେ ମଜାଦାର ଅନ୍ଦାଜରେ ନଜର ଆସୁଛନ୍ତି ମହେନ୍ଦ୍ର ସିଂହ ଧୋନି, ଦେଖନ୍ତୁ ଏହି ଭିଡିଓ

ଚଳିତ ବର୍ଷର ଆଇପିଏଲ ସିଜିନ ଆସନ୍ତା ୧୯ ତାରିଖରୁ ହିଁ ଆରମ୍ଭ ହେବାକୁ ଯାଉଛି । ଭାଗ ନେବାକୁ ଯାଉଥିବା ସମସ୍ତ ଟିମ ଯୁଏଇରେ ପହଂଚି ନିଜ ନିଜ ପ୍ରାକ୍ଟିସ ଆରମ୍ଭ କରିଦେଇଛନ୍ତି । ଏମଧ୍ୟରୁ ତିନି ଥରର ଚମ୍ପିୟାନ ଚେନ୍ନାଇ ସୁପର କିଙ୍ଗସ ବି ଜୋରଦାର ଅଭ୍ୟାସ ଆରମ୍ଭ କରିଦେଇଥିବା ବେଳେ କିନ୍ତୁ ସମସ୍ତଙ୍କ ନଜର ରହିଛି ଟିମ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନୀଙ୍କ ଉପରେ । ଗତ ୧୫ରେ ସମସ୍ତ ପ୍ରକାର ଆନ୍ତରାଷ୍ଟ୍ରୀୟ ଫର୍ମାଟରୁ ଅବସର ନେବା ନେଇ ଘୋଷଣା କରିଥିବା ଧୋନୀ ଆଇପିଏଲ ପାଇଁ କିନ୍ତୁ ଜୋରସୋର ଭାବେ ଲାଗି ପଡିଛନ୍ତି ଧୋନିଙ୍କ ଅଭ୍ୟାସ ବେଳର ଏକ ମଜାଦାର ଭିଡିଓ ନିକଟରେ ସାମ୍ନାକୁ ଆସିଛି ଯାହାକୁ ଟ୍ୱିଟରରେ ସେୟାର କରିଛନ୍ତି ଚେନ୍ନାଇ ସୁପର କିଙ୍ଗସ ଟିମ

ଖାଲି ଧୋନି ନୁହେଁ ଅନ୍ୟ ଖେଳାଳି ମାନଙ୍କ ଭିଡିଓ ବି ସୋସିଆଲ ମିଡିଆରେ ସେୟାର ହୋଇଛି । ଯେଉଁଥିରେ ବରିଷ୍ଠ ଖେଲାଳି ଶାରଦୁଲ ଠାକୁର, ରବୀନ୍ଦ୍ର ଜାଡେଜା ପ୍ରମୁଖ ବି ନଜର ଆସିଛନ୍ତି ମାହୀଙ୍କ ଏକ ଭିଡିଓ କ୍ଲିପ ଏଥିରେ ଆଟାଚ କରାଯାଇଥିବା ବେଳେ ସେ କହିବାର ନଜର ଆସୁଛନ୍ତିଯେ, ଦିଆରଏସ ଲାଗିବ ନାହିଁ ଚିନ୍ତା କରନି ଅନ୍ତରାଷ୍ଟ୍ରୀୟ ଖେଲାଲୁ ସନ୍ୟାସ ନେବା ପରେ ପ୍ରଥମ ଥର ପାଇଁ ମାହି ମୈଦାନରେ ନଜର ଆସିବାକୁ ଯାଉଛନ୍ତି ଅନ୍ୟପକ୍ଷରେ, ଚଳିତ ସିଜିନର ସିଡ୍ୟୁଲ ପ୍ରକାଶିତ ହୋଇଥିବା ବେଳେ ଉଦଘାଟନୀ ମ୍ୟାଚ ଚେକନ୍ନଇ ସୁପର କିଙ୍ଗସ ଓ ମୁମ୍ବାଇ ଇଂଡିଆନ୍ସ ମଧ୍ୟରେ ଅନୁଷ୍ଠିତ ହେବା ନେଇ ସ୍ଥିର ହୋଇଛି

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.