ରୁଷରେ ତିଆରି ହେଉଛି ଅନ୍ତରୀକ୍ଷ ସୁଟ, ପିନ୍ଧିବେ ‘ଗଗନୟାନ’ ମହାକାଶ ଯାତ୍ରୀ

ରୁଷୀୟ ଅନୁସନ୍ଧାନ ଏବଂ ବିକାଶ ଉଦ୍ୟମ ‘ୱେଜଦା’ ଭାରତୀୟ ମହାକାଶ ଯାତ୍ରୀଙ୍କ ପାଇଁ ଅନ୍ତରୀକ୍ଷ ସୁଟର ତିଆରି କାର୍ଯ୍ୟ ଆରମ୍ଭ କରିଦେଇଛି। ଏହା ମହାକାଶକୁ ମାନବ ପଠେଇବାର ଭାରତର ପ୍ରଥମ ଅଭିଯାନ ‘ଗଗନୟାନ’ରେ ବ୍ୟବହାର ହୋଇପାରେ। ରୁଷର ଏକ ସଂସ୍ଥା ଏ ନେଇ ସୂଚନା ଦେଇଛି।

ss

Glavkosmos କହିଛି ଯେ ରୁଷରେ ପ୍ରଶିକ୍ଷଣ ପ୍ରାପ୍ତ କରୁଥିବା ଭାରତୀୟ ମହାକାଶ ଯାତ୍ରୀଙ୍କ ଲାଗି ବ୍ୟକ୍ତିଗତ ଉଡାଣ ଉପକରଣର ନିର୍ମାଣ ଆରମ୍ଭ ହୋଇଛି। Glavkosmosର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ(ସିଇଓ) ଦିମିନୀ ଲସକୁତୋବ କହିଛନ୍ତି, ଏଠାରେ ପ୍ରଶିକ୍ଷଣ ନେଉଥିବା ମହାକାଶ ଯାତ୍ରୀ ୩ ସେପ୍ଟେମ୍ବରରେ ‘ୱେଜଦା’ ଆସିଥିଲେ। ମହାକାଶ ସୁଟ ପାଇଁ ସେମାନଙ୍କ ମାପ ନିଆଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.