ଭାରତ-ପାକିସ୍ତାନ ମ୍ୟାଚ୍‌ ବେଳେ ରିଜଓ୍ଵାନଙ୍କୁ ଦେଖି ଜୟ ଶ୍ରୀ ରାମ ନାରା ଲଗାଇଲେ ଫ୍ୟାନ୍ସ, ଜାଣନ୍ତୁ କାହିଁକି

ମହମ୍ମଦ ରିଜଓ୍ଵାନ ଆଉଟ ହୋଇ ଫେରୁଥିବା ବେଳେ ଭାରତୀୟ ଫ୍ୟାନ୍ସ ତାଙ୍କ ବିରୋଧରେ ନାରାବାଜୀ କରିଥିଲେ । ଫ୍ୟାନ୍ସ ଏହି ସମୟରେ ଜୟ ଶ୍ରୀ ରାମ ନାରା ଲଗାଇଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

ଦିନିକିଆ ବିଶ୍ୱକପ ୨୦୨୩ରେ ଭାରତ ପାକିସ୍ତାନକୁ ୭ ଓ୍ଵିକେଟରେ ହରାଇଛି । ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଟିମ୍‌ ଇଣ୍ଡିଆକୁ ଫ୍ୟାନ୍ସଙ୍କ ଜବରଦସ୍ତ ସପୋର୍ଟ ମିଳିଛି । ଏହି ମ୍ୟାଚ ସମୟରେ ପାକିସ୍ତାନର ଓ୍ଵିକେଟ କିପର ବ୍ୟାଟସମ୍ୟାନ ମହମ୍ମଦ ରିଜଓ୍ଵାନଙ୍କୁ ଫ୍ୟାନ୍ସ ବହୁତ ଚିଡାଇଥିବାର ଦେଖିବାକୁ ମିଳିଥିଲା ।

ଏହି ମ୍ୟାଚରେ ମହମ୍ମଦ ରିଜଓ୍ଵାନ ଆଉଟ ହୋଇ ଫେରୁଥିବା ବେଳେ ଭାରତୀୟ ଫ୍ୟାନ୍ସ ତାଙ୍କ ବିରୋଧରେ ନାରାବାଜୀ କରିଥିଲେ । ଫ୍ୟାନ୍ସ ଏହି ସମୟରେ ଜୟ ଶ୍ରୀ ରାମ ନାରା ଲଗାଇଥିଲେ । ହେଲେ ମହମ୍ମଦ ରିଜଓ୍ଵାନ ଏଥିରେ କୌଣସି ପ୍ରତିକ୍ରିୟା ଦେଇଥିଲେ । ସେ ଚୁପ୍‌ଚାପ ଡ୍ରେସିଂ ରୁମକୁ ଚାଲିଯାଇଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

ଖବର ମୁତାବକ, ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଶତକୀୟ ଇନିଂସ ଖେଳିଥିଲେ ରିଜଓ୍ଵାନ। ଏହା ପରେ ଏକ ବିବାଦୀୟ ପୋଷ୍ଟ କରି ଟ୍ଵିଟ୍‌ କରିଥିଲେ । ସେ ଏହି ଟ୍ଵିଟରେ ଗାଜାକୁ ସପୋର୍ଟ କରିଥିଲେ । ଗାଜାକୁ ସପୋର୍ଟ କରି ଲେଖିଥିଲେ, ମୁଁ ଗାଜାରେ ଥିବା ଆମର ସମସ୍ତ ଭାଇ ଭଉଣୀଙ୍କ ବିଜୟ ଦେଖି ବହୁତ ଖୁସି । ଆମକୁ ସହଯୋଗ କରିଥିବା ଟିମ୍‌ ଏବଂ ବିଶେଷ ଭାବେ ଅବ୍ଦୁଲା ଶଫିକ ଏବଂ ହସନ ଅଲୀଙ୍କୁ ଶ୍ରେୟ ଯାଉଛି । ଅଦ୍ଭୁତ ଆତିଥ୍ୟ ଏବଂ ସମର୍ଥନ ପାଇଁ ହାଇଦ୍ରାବାଦ ଲୋକଙ୍କୁ ବହୁତ ବହୁତ ଧନ୍ୟବାଦ ।

ଇସ୍ରାଏଲ-ଗାଜା ଯୁଦ୍ଧରେ ଭାରତ ଇସ୍ରାଏଲକୁ ସମର୍ଥନ କରୁଥିବା ବେଳେ ପାକିସ୍ତାନ ଗାଜାକୁ ସମର୍ଥନ କରୁଛି । ଆଉ ରିଜଓ୍ଵାନଙ୍କ ଗାଜା ସମର୍ଥନ ଟ୍ଵିଟ୍‌ ଭାରତୀୟ କ୍ରିକେଟ ଫ୍ୟାନ୍ସଙ୍କୁ ନିରାଶ କରିଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.