Below header

ଜାତୀୟ କ୍ରୀଡା ପୁରସ୍କାର: ପ୍ରଥମ ଥର ସର୍ବାଧିକ ୪ ଓଡିଆଙ୍କୁ କରାଗଲା ସମ୍ମାନିତ, ମିଳିଲା ପୁରସ୍କାର

କେନ୍ୟୁଜ୍(ବ୍ୟୁରୋ): ଜାତୀୟ କ୍ରୀଡା ପୁରସ୍କାରରେ ପ୍ରଥମ ଥର ସର୍ବାଧିକ ୪ଜଣ ଓଡିଆ ଜାତୀୟ କ୍ରୀଡା ପୁରସ୍କାର ପାଇଛନ୍ତି। ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ୪ଜଣ ଓଡିଆ କ୍ରୀଡ଼ା ତାରକାଙ୍କୁ ‘ଜାତୀୟ କ୍ରୀଡା ପୁରସ୍କାର’ରେ ସମ୍ମାନିତ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର ସମାରୋହରେ ଟୋକିଓ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣପଦକ ବିଜେତା ପ୍ରମୋଦ ଭଗତଙ୍କୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖେଳରତ୍ନ ପୁରସ୍କାର ପାଇବ‌ାରେ ପ୍ରମୋଦ ହେଉଛନ୍ତି ପ୍ରଥମ ଓଡିଆ।

ସେହିପରି ଟୋକିଓ ଅଲିମ୍ପିକ୍ସରେ ବୋଞ୍ଜ ପଦକ ଜିତିଥିବା ଭାରତୀୟ ପୁରୁଷ ହକି ଦଳର ଦୁଇ ଓଡ଼ିଆ ତାରକା ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା ଅର୍ଜୁନ ପୁରସ୍କାର ଗ୍ରହଣ କରିଛନ୍ତି। ଏହା ସହିତ ଭାରତୀୟ କ୍ରୀଡା ପ୍ରାଧିକରଣ (ସାଇ)ର ପୂର୍ବତନ ସନ୍ତରଣ ପ୍ରଶିକ୍ଷକ ତପନ ପାଣିଗ୍ରାହୀ ଦ୍ରୋଣାଚାର୍ଯ୍ୟ ପୁରସ୍କାର ଗ୍ରହଣ କରିଛନ୍ତି। କ୍ରୀଡା ପୁରସ୍କାରରେ ଇତିହାସରେ ପ୍ରଥମ ଥର ଓଡିଶା ୪ଟି ପୁରସ୍କାର ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.