Below header

ବିବାହର ଗୋଟେ ଦିନ ପୂର୍ବରୁ ପତ୍ରଲେଖାଙ୍କୁ ପ୍ରପୋଜ କଲେ ରାଜକୁମାର, ଭାଇରଲ ହେଉଛି ଭିଡିଓ

ବଲିଉଡ ଅଭିନେତା ରାଜକୁମାର ରାଓ ଏବଂ ପତ୍ରଲେଖା ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଦୁହେଁ ଏବେ ନିଜର ରିଲେସନସିପକୁ ବିବାହ ଭଳି ପବିତ୍ର ବନ୍ଧନରେ ବାନ୍ଧିବାକୁ ଯାଉଛନ୍ତି। ଆଜି ଦୁହେଁ ବିବାହ କରିବେ। କିନ୍ତୁ ବିବାହର ଗୋଟେ ଦିନ ପୂର୍ବରୁ ରୋମାଣ୍ଟିକ କପଲ୍‌ ଏମିତି କରିଛି କରିଛନ୍ତି, ଯାହା ଏବେ ଭାଇରଲ ହେଉଛି।

ଖବର ମୁତାବକ, ରାଜକୁମାର ଏବଂ ପତ୍ରଲେଖାଙ୍କ ପ୍ରି-େଓ୍ଵଡିଂ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଗତକାଲି ରାତିରେ ଦୁହେଁ ଧୁମଧାମ୍‌ରେ ମେହେନ୍ଦୀ ସେରିମନି କରିଥିଲେ। ଏହି ସମୟର ଭିଡିଓ ଓ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଏଥିରେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ରାଜକୁମାର ଆଣ୍ଠେଇ ପତ୍ରଲେଖାଙ୍କୁ ପ୍ରପୋଜ କରୁଥିବା ଦେଖିବାକୁ ମିଳିଛନ୍ତି। ରାଜକୁମାରଙ୍କ ଏଭଳି ପ୍ରପୋଜ ଦେଖି ପତ୍ରଲେଖା ତାଙ୍କ ପାଖରେ ବସି ରାଜକୁମାର ପ୍ରପୋଜ କରିଥିବା ମୁଦିକୁ ସ୍ୱୀକାର କରିଛନ୍ତି। ଏହା ପରେ ରାଜକୁମାରଙ୍କ ସହିତ ପତ୍ରଲେଖା ରୋମାଣ୍ଟିକ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ଏହି ଭିଡିଓକୁ ସେଲିବ୍ରିଟି ଫ୍ରଟୋଗ୍ରାଫର ବିରଲ ଭୟାନୀ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।

 

View this post on Instagram

 

A post shared by Viral Bhayani (@viralbhayani)

ଏହି ଭିଡିଓରେ ରାଜକୁମାର ଏବଂ ପତ୍ରଳେଖା ରୟାଲ ଲୁକ୍‌ରେ ନଜର ଆସିଛନ୍ତି। ପତ୍ରଲେଖା ଧଳା ରଙ୍ଗର ଲେହେଙ୍ଗା ପିନ୍ଧିଥିବା ନଜର ଆସିଛନ୍ତି। ରାଜକୁମାର ଏବଂ ପତ୍ରଲେଖାଙ୍କ ପ୍ରିେଓ୍ଵଡିଂ ସେରିମନିକୁ ଫରାହ ଖାନ, ସାକିବ ସଲିମ, ହୁମା କ୍ୟୁରେସୀ ପ୍ରମୁଖ ସେଲିବ୍ରିଟି ଉପସ୍ଥିତ ଥିଲେ। ସେମାନେ ବେଶ୍‌ ନିରାଡ଼ମ୍ବର ଭାବେ ବିବାହ କରିବେ। ଏଣୁ କେବଳ ଅତି ନିକଟତମ ବନ୍ଧୁବାନ୍ଧବଙ୍କୁ ହିଁ ବିବାହକୁ ନିମନ୍ତ୍ରଣ କରୁଛନ୍ତି।

rajkumar
Pc: TV9

ସୂଚନାଯୋଗ୍ୟ ଯେ ରାଜକୁମାର ଓ ପତ୍ରଲେଖା ପାଖାପାଖି ୧୦ ବର୍ଷ ହେଲା ପରସ୍ପରକୁ ଡେଟ୍‌ କରୁଛନ୍ତି। ଉଭୟେ ଦୀର୍ଘ ଦିନ ଧରି ଲିଭ୍‌ଇନ୍‌ ରିଲେସନ୍‌ସିପ୍‌ରେ ମଧ୍ୟ ରହିଛନ୍ତି। ପତ୍ରଲେଖା ସ୍ନେହରେ ରାଜକୁମାରଙ୍କୁ ରାଜ୍‌ ବୋଲି ଡାକିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.