ଧୋନିଙ୍କୁ ସ୍ପେଶାଲ ବାର୍ଥଡେ ଗିଫ୍ଟ : ହାଇଦ୍ରାବାଦରେ ୫୨ ଫୁଟ ଲମ୍ବା, ଆନ୍ଧ୍ରରେ ୭୭ ଫୁଟର କଟଆଉଟ୍‌ ତିଆରି କଲେ ଫ୍ୟାନ୍ସ

ଧୋନିଙ୍କ ଜନ୍ମଦିନରେ ହାଇଦ୍ରାବାଦର ଜଣେ ଫ୍ୟାନ୍‌ ୫୨ ଫୁଟ ଲମ୍ବର ଏକ କଟଆଉଟ୍‌ ଲଗାଇଥିବା ଆନ୍ଧ୍ରପ୍ରଦେଶର ଜଣେ ଫ୍ୟାନ ୭୭ ଫୁଟ୍‌ର କଟଆଉଟ୍‌ ତିଆରି କରିଛନ୍ତି । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରଲ ହୋଇଛି ।

ଭାରତୀୟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ୪୨ ବର୍ଷରେ ପାଦ ଥାପିଛନ୍ତି । ବିହାର ରାଞ୍ଚିରେ ୧୯୮୧ ମସିହା ଜୁଲାଇ ୭ରେ ଜନ୍ମଗ୍ରହଣ କରିଥିଲେ ଧୋନି। ଫ୍ୟାନ୍ସ ସବୁବେଳେ ତାଙ୍କୁ ନେଇ ବହୁତ ଭାବୁକ ହୋଇପଡନ୍ତି । ଧୋନିଙ୍କର ଫ୍ୟାନ୍ସଙ୍କ ସଂଖ୍ୟା ମଧ୍ୟ ଢେର ଅଧିକ । ଧୋନି ଏବେ ଆଇପିଏଲରେ ଚେନ୍ନାଇ ଟିମରୁ ଖେଳୁଛନ୍ତି ।  କେବଳ ଚେନ୍ନାଇ ନୁହେଁ ଅନେକ ସହରରେ ତାଙ୍କ ପ୍ରଶଂସକ ଢେର ରହିଛନ୍ତି । ଏହାର ଅନ୍ଦାଜ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଧୋନିଙ୍କ ଜନ୍ମଦିନରେ ହାଇଦ୍ରାବାଦର ଜଣେ ଫ୍ୟାନ୍‌ ୫୨ ଫୁଟ ଲମ୍ବାର ଏକ କଟଆଉଟ୍‌ ଫଟୋ ଲଗାଇଛନ୍ତି ।

ଧୋନିଙ୍କ ଜନ୍ମଦିନର ଗୋଟେ ଦିନ ପୂର୍ବରୁ ହାଇଦ୍ରାବାଦର ଫ୍ୟାନ୍‌ ଜଣକ ୫୨ ଫୁଟ ଲମ୍ବା କଟଆଉଟ୍‌ ଲଗାଇଥିଲେ । ଏହାକୁ ଲୋକେ ବହୁତ ପସନ୍ଦ କରୁଛନ୍ତି । ଏହାଛଡା ଆନ୍ଧ୍ରପ୍ରଦେଶର ଆଉ ଜଣେ ଫ୍ୟାନ ୭୭ ଫୁଟ୍‌ର କଟଆଉଟ୍‌ ତିଆରି କରିଛନ୍ତି । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା । ଏହାକୁ ନେଇ ମାହିଙ୍କ ଫ୍ୟାନ୍ସ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର କମେଣ୍ଟ ଦେଉଛନ୍ତି ।


ଧୋନିଙ୍କ ନେତୃତ୍ୱରେ ଭାରତ ୨୦୦୭ରେ ଟି-୨୦ ବିଶ୍ୱକପ୍‌, ୨୦୧୧ରେ ଦିନିକିଆ ବିଶ୍ୱକପ୍‌ ଓ ୨୦୧୩ରେ ଚାମ୍ପିଅନ୍ସ ଟ୍ରଫି ଟାଇଟଲ୍‌ ଜିତିଥିଲା। ୨୦୦୪ରେ ଭାରତ ପାଇଁ ସେ ନିଜର ପ୍ରଥମ ମ୍ୟାଚ୍‌ ଖେଳିଥିଲେ । ୨୦୦୭ରେ ତାଙ୍କୁ ପ୍ରଥମଥର ଭାରତୀୟ କ୍ରିକେଟ ଦଳର ଅଧିନାୟକ କରାଯାଇଥିଲା ।

ଧୋନି ତାଙ୍କ କ୍ୟାରିୟରରେ ୯୦ଟି ଟେଷ୍ଟ, ୩୫୦ଟି ଏକଦିବସୀୟ ଆନ୍ତର୍ଜାତିକ ମ୍ୟାଚ୍ ଏବଂ ୯୮ଟି ଟି–୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ଧୋନି ୯୦ଟି ଟେଷ୍ଟରେ ୪୮୭୬ ରନ୍‌, ୩୫୦ ଦିନିକିଆରେ ୧୦୭୭୩ ରନ୍‌, ଟି-୨୦ରେ ୧୬୧୭ ରନ୍‌ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.