ପୋଲିସ ହାତରେ ଧରାପଡିଲା ହାଇୱେ ଲୁଟେରା ଗ୍ୟାଙ୍ଗ: ୮ ଗିରଫ

୮ ଜଣିଆ ହାଇୱେ ଗ୍ୟାଙ୍ଗ ଗିରଫ। ତୁମୁଡିବନ୍ଧ ଥାନା ମାଦାଗୁଡା ଛକ ନିକଟରେ ଲୁଟପାଟ ପାଇଁ ଯୋଜନା କରୁଥିବା ବେଳେ ଗିରଫ କରିଛି ତୁମୁଡିବନ୍ଧ ପୋଲିସ। ଏହି ୮ ଜଣିଆ ଗ୍ୟାଙ୍ଗରେ ୪ ନାବାଳକ ଅଛନ୍ତି ବୋଲି ସୂଚନା ମିଳିଛି।

କନ୍ଧମାଳ (କେନ୍ୟୁଜ): ୮ ଜଣିଆ ହାଇୱେ ଗ୍ୟାଙ୍ଗ ଗିରଫ। ତୁମୁଡିବନ୍ଧ ଥାନା ମାଦାଗୁଡା ଛକ ନିକଟରେ ଲୁଟପାଟ ପାଇଁ ଯୋଜନା କରୁଥିବା ବେଳେ ଗିରଫ କରିଛି ତୁମୁଡିବନ୍ଧ ପୋଲିସ। ଏହି ୮ ଜଣିଆ ଗ୍ୟାଙ୍ଗରେ ୪ ନାବାଳକ ଅଛନ୍ତି ବୋଲି ସୂଚନା ମିଳିଛି। ହାଇୱେ ଗ୍ୟାଙ୍ଗରୁ ଗୋଟିଏ ବନ୍ଧୁକ,୨ ଟି ଗୁଳି, ୫ଟି ମୋବାଇଲ, ଲୁହା ରଡ଼, ଭୁଜାଲି, ଛୁରୀ ଆଦି ଜବତ ହୋଇଛି ।

ସୂଚନା ଅନୁସାରେ ଏହି ଗ୍ୟାଙ୍ଗ ତୁମୁଡିବନ୍ଧ ଥାନା ଅଂଚଳରେ ଦୀର୍ଘ ଦିନ ହେବ ଲୁଟପାଟ ଚଳାଇଥିଲେ। ଏମାନେ ବୁଦୁଲି ପଦର, ଲମ୍ବା ଘାଟି, ମାଦାଗୁଡା ଜଙ୍ଗଲ ଏରିଆ, ଖମଣପଡ଼ା ଓ ରାମପୁର ଅଂଚଳ ରେ ବିଭିନ୍ନ ଅପରାଧିକ କାର୍ଯ୍ୟ କରିଥିବା ତୁମୁଡିବନ୍ଧ ଥାନା ଅଧିକାରୀ ଆଶୁତୋଷ ଜେନା ସୂଚନା ଦେଇଛନ୍ତି l ଏହି ୮ଜଣିଆ ଗ୍ୟାଙ୍ଗର ଅନ୍ୟ ଏକ ଅଭିଯୁକ୍ତ ଧରମା ମଳିକ ପୋଲିସର ଚଢ଼ାଉ ବେଳେ ବନ୍ଧୁକ ଦେଖେଇ ଖସି ପଳେଇଥିବା ତୁମୁଡିବନ୍ଧ ଥାନା ଅଧିକାରୀ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.