ସ୍ୱିଟକର୍ଣ୍ଣ ଖାଉଥିଲେ ହୋଇଯାଆନ୍ତୁ ସାବଧାନ, ସ୍ୱାସ୍ଥ୍ୟପାଇଁ ହୋଇପାରେ ହାନିକାରକ

ନ୍ୟୁଟ୍ରିସନରେ ଭରା ଥିବା ସ୍ୱିଟକର୍ଣ୍ଣରେ କିଛି ସାଇଡଇଫେକ୍ଟସ ମଧ୍ୟ ରହୁଛି । ଯଦି ଆପଣ ପ୍ରତ୍ୟେକଦିନ ଅଧିକମାତ୍ରାରେ ସ୍ୱିଟକର୍ଣ୍ଣ ଖାଉଛନ୍ତି ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ ।

ସ୍ୱିଟକର୍ଣ୍ଣ ଏପରି ଏକ ଖାଦ୍ୟ ଯାହାକୁ ଖାଇବା ପାଇଁ ସସସ୍ତେ ଅଧିକ ପସନ୍ଦ କରିଥାନ୍ତି । ସ୍ନାକ୍ସ ହେଉ କିମ୍ବା ପିଜ୍ଜା, ଏପରିକି ବିଭିନ୍ନ ଖାଦ୍ୟରେ ଏହି ସ୍ୱିଟକର୍ଣ୍ଣ କୁ ବ୍ୟବହାର କରାଯାଏ । ନ୍ୟୁଟ୍ରିସନରେ ଭରାଥାଏ ସ୍ୱିଟକର୍ଣ୍ଣ । ଏଥିପାଇଁ ପିଲାମାନଙ୍କୁ ସ୍ୱିଟକର୍ଣ୍ଣ ଖାଇବା ପାଇଁ ଦିଆଯାଏ । ଅନ୍ୟପଟେ ବୟସ୍କ ଲୋକମାନେ ମଧ୍ୟ ବିଭିନ୍ନ ପ୍ରକାର ଖାଦ୍ୟରେ ସ୍ୱିଟକର୍ଣ୍ଣ ମିଶାଇ ଖାଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ନ୍ୟୁଟ୍ରିସନରେ ଭରା ଥିବା ସ୍ୱିଟକର୍ଣ୍ଣରେ କିଛି ସାଇଡଇଫେକ୍ଟସ ମଧ୍ୟ ରହୁଛି । ଯଦି ଆପଣ ପ୍ରତ୍ୟେକଦିନ ଅଧିକମାତ୍ରାରେ ସ୍ୱିଟକର୍ଣ୍ଣ ଖାଉଛନ୍ତି ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ । ତେବେ ଏହାକୁ ଖାଇବା ଦ୍ୱାରା ଆପଣଙ୍କର କେଉଁ ସବୁ ସମସ୍ୟା ହେବ ତାହା ଜାଣି ରଖନ୍ତୁ ।

ପେଲାଗ୍ରା ଏକ ପ୍ରକାରର ରୋଗ, ଯାହା ଭିଟାମିନ ବି ୩ ଅଭାବରୁ ହୋଇଥାଏ । ସ୍ୱିଟକର୍ଣ୍ଣ ଖାଇବା ଦ୍ୱାରା ପେଟ ଶୀଘ୍ର ଭରିଯାଏ । ଆପଣ ଏହାକୁ ଡାଏଟରେ ସାମିଲ କରି ଅଧିକ ମାତ୍ରାରେ ଖାଇବା ଦ୍ୱାରା ଶରୀରରେ ଜରୁରୀ ମିନେରାଲ୍ସ ଏବଂ ଭିଟାମିନର ଅଭାବ ହୋଇଥାଏ । ଯେଉଁଥିପାଇଁ ପେଲାଗ୍ରା ରୋଗ ହେବାର ସମ୍ଭାବନା ଥାଏ ।

ସ୍ୱିଟକର୍ଣ୍ଣରେ ଅଧିକମାତ୍ରାରେ କାର୍ବୋହାଇଡ୍ରେଟ ରହିଥାଏ । ଯାହା ବ୍ଲଡସୁଗାର ମାତ୍ରାକୁ ବଢ଼ାଇଥାଏ । ଯଦି ଆପଣଙ୍କୁ ଡାଇବେଟିଜ ହୋଇଛି କିମ୍ବା ହେବାର ସମ୍ଭାବନା ରହିଛି ତେବେ ଆପଣ ସ୍ୱିଟକର୍ଣ୍ଣ ଖାଇବା ଉଚିତ ନୁହେଁ । ଏହା ଶରୀର ବ୍ଲଡ ସୁଗାର ମାତ୍ରାକୁ ବଢାଇଥାଏ ।

କର୍ଣ୍ଣରେ ଷ୍ଟାର୍ଚର ମାତ୍ରା ଅଧିକ ଥାଏ । ଯେତେବେଳେ ଆମେ ଏହାକୁ ଅଧିକ ମାତ୍ରାରେ ଖାଇଥାଉ ଏଥିରେ ଥିବା ଷ୍ଟାର୍ଚ ଇଣ୍ଟେଷ୍ଟାଇନରେ ପହଞ୍ଚିଥାଏ ଏବଂ ଅଧିକ ମାତ୍ରାରେ ଗ୍ୟାସ ଉତ୍ପନ୍ନ ହୁଏ । ଯେଉଁଥିପାଇଁ ବ୍ଲୋଟିଙ୍ଗ ହୋଇଥାଏ ।

କର୍ଣ୍ଣରେ ଫାଇବର ମାତ୍ରା ଅଧିକ ଥାଏ । ଯଦି ଆପଣ କର୍ଣ୍ଣକୁ ଅଧିକ ମାତ୍ରାରେ ଖାଇବେ ତେବେ ଡାଇଜେଷ୍ଟିଭ ସିଷ୍ଟମକୁ ଅଧିକ ମାତ୍ରାର ଫାଇବର ହଜମ କରିବାରେ ସମସ୍ୟା ହେବ । ଯେଉଁଥିପାଇଁ ପେଟ ଫୁଲିବା, ଗ୍ୟାସ ବ୍ଲୋଟିଙ୍ଗ, ହଜମ ନହେବା ଭଳି ସସମ୍ୟା ସୃଷ୍ଟି ହୋଇଥାଏ ।

ସ୍ୱିଟକର୍ଣ୍ଣ ପୂର୍ବରୁ ହିଁ ମିଠା ଥାଏ । ଯଦି ଏହାକୁ ଗରମ ପାଣିରେ ସିଝାଇ ଖାଆନ୍ତି ତେବେ ଏଥିରେ ମିଠା ଅଂଶ ଅଧିକ ବଢିଥାଏ । ଏନେଇ ଏହାକୁ ଖାଇବା ପରେ ପାଟିକୁ ଭଲ ଭାବେ ସଫା କରିବା ଉଚିତ ।

ସ୍ୱିଟକର୍ଣ୍ଣ ଏପରି ଏକ ଖାଦ୍ୟ ଯାହାକୁ ଲୋକମାନେ ପ୍ରତ୍ୟେକ ସମୟରେ ଖାଇଥାନ୍ତି । ଖରା, ବର୍ଷା ଏବଂ ଶୀତ ପ୍ରତ୍ୟେକ ଋତୁରେ ଏହାକୁ ଖାଇବାକୁ ଲୋକେ ପସନ୍ଦ କରନ୍ତି । କିନ୍ତୁ ଆପଣ ଏହାକୁ ଖାଇବା ବେଳେ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.