ଫାଲକନୁମା ଏକ୍ସପ୍ରେସରେ ଲାଗିଲା ନିଆଁ, ହାଓ୍ଵଡାରୁ ସିକନ୍ଦରାବାଦକୁ ଯାଉଥିଲା ଟ୍ରେନ

ହାଓ୍ଵଡାରୁ ସିକନ୍ଦରାବାଦ ଯାଉଥିବା ଫାଲକନୁମା ଏକ୍ସପ୍ରେସରେ ନିଆଁ । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଟ୍ରେନର ଏକାଧିକ ବଗିରେ ନିଆଁ ଲାଗିଛି । ପାଗିଡିପାଲି-ବୋମାଇପାଲି ମଧ୍ୟରେ ନିଆଁ ଲାଗିଥିବା ସୂଚନା ମିଳିଛି । 

ହାଓ୍ଵଡାରୁ ସିକନ୍ଦରାବାଦ ଯାଉଥିବା ଫାଲକନୁମା ଏକ୍ସପ୍ରେସରେ ନିଆଁ ଲାଗିଛି । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ନିଆଁ ଲାଗିବା ଦେଖି ଯାତ୍ରୀମାନେ ଟ୍ରେନରୁ ଓହ୍ଲାଇ ପଡିଥିଲେ । ଟ୍ରେନର ଏକାଧିକ ବଗିରେ ନିଆଁ ଲାଗିଯାଇଛି । ଟ୍ରେନରେ ନିଆଁ ଏତେ ଭୟଙ୍କର ରହିଛି ଯେ, ଚାରିଆଡେ ଧୂଆଁ ବ୍ୟାପିଯାଇଛି । ପାଗିଡିପାଲି-ବୋମାଇପାଲି ମଧ୍ୟରେ ନିଆଁ ଲାଗିଥିବା ସୂଚନା ମିଳିଛି । ରେଳ ବିଭାଗର ବରିଷ୍ଠ ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଘଟଣା ଉପରେ ନଜର ରଖିଛନ୍ତି। ଅଗ୍ନିକାଣ୍ଡରେ କୌଣସି ଯାତ୍ରୀ ଆହତ କି ମୃତ ହୋଇନାହାନ୍ତି। ନିଆଁ ଲାଗିଥିବା ବଗିଗୁଡ଼ିକୁ ଟ୍ରେନଠାରୁ ଅଲଗା କରିଦିଆ ଯାଇଛି। ଘଟଣା ସ୍ଥଳରେ ଦକ୍ଷିଣ କେନ୍ଦ୍ର ରେଲୱେ ଜିଏମ୍‌ ପହଞ୍ଚି ସାରିଛନ୍ତି।

 

ଖବର ମୁତାବକ, ଫାଲକନୁମା ଏକ୍ସପ୍ରେସ ହାଓ୍ଵଡାରୁ ସିକନ୍ଦରାବାଦକୁ ଯାଉଥିବା ବେଳେ ତେଲେଙ୍ଗାନା ନିକଟ ପାଗିଡିପାଲି-ବୋମାଇପାଲି ନିକଟରେ ଟ୍ରେନରେ ନିଆଁ ଲାଗିଯାଇଥିଲା । ଟ୍ରେନରେ ସର୍ଟ ସର୍କିଟ ଯୋଗୁଁ ୩ଟି ବଗିରେ ନିଆଁ ଲାଗିଥିବା ସୂଚନା ମିଳିଛି । ନିଆଁ ଲାଗିବା ଦେଖି ଯାତ୍ରୀମାନେ ଟ୍ରେନରୁ ଓହ୍ଲାଇ ପଡିଥିଲେ । ପ୍ରଥମେ ଟ୍ରେନର ଏସି ବଗିରେ  ନିଆଁ ଲାଗିଯାଇଥିଲା।

ଅତି ଅଗମ୍ୟ ଅଞ୍ଚଳରେ ଏହି ନିଆଁ ଲାଗିଥିବାରୁ ଯାତ୍ରୀମାନଙ୍କୁ ନିଜର ଗନ୍ତବ୍ୟସ୍ଥଳରେ ପହଞ୍ଚିବାରୁ ଅସୁବିଧା ସୃଷ୍ଟି ହୋଇଛି। ଜଙ୍ଗଲିଆ ରାସ୍ତାରେ ଏହି ଅଘଟଣ ଘଟିଥିବାରୁ ଗାଡ଼ିମଟରର କୌଣସି ସୁବିଧା ନାହିଁ। ଏଥିପାଇଁ ଯାତ୍ରୀମାନେ୨/୩ କିମି ଚାଲିବା ପରେ ମୁଖ୍ୟ ରାସ୍ତାରେ ପହଞ୍ଚିଛନ୍ତି। ସେଠାରୁ ନିଜର ଗନ୍ତବ୍ୟସ୍ଥଳକୁ ଯିବାକୁ ମୁଖ୍ୟ ରାସ୍ତାରେ ସରକାରଙ୍କ ପକ୍ଷରୁ ବସ୍ ଯୋଗାଇ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.