Below header

ୱେଷ୍ଟଇଣ୍ଡିଜ ଗସ୍ତରେ ଯିବେନି ମହେନ୍ଦ୍ର ସିଂହ ଧୋନୀ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ଗସ୍ତରେ ଯିବେନି ମହେନ୍ଦ୍ର ସିଂହ ଧୋନୀ । ଏ ନେଇ ବିସିସିଆଇକୁ ଜଣାଇଛନ୍ତି ଭାରତର ଓ୍ଵିକେଟ କିପର ତଥା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । ଆସନ୍ତା ୨ ମାସ ପର୍ଯ୍ୟନ୍ତ କ୍ରିକେଟରୁ ଦୂରେଇ ରହିବାକୁ ୩୮ ବର୍ଷୀୟ ମାହି ନିଷ୍ପତ୍ତି ନେଇଛନ୍ତି । ଏହି ସମୟରେ ସେ ପାରାମିଲିଟାରୀ ରେଜିମେଣ୍ଟରେ ସାମିଲ ହେବେ । ବିଶ୍ୱକପରେ ଧିମା ବ୍ୟାଟିଂ ପରେ ଧୋନୀ କ୍ରିକେଟକୁ ଅଲବିଲା କହିବେ ବୋଲି ଚର୍ଚ୍ଚା ଯୋର ଧରିଥିଲ । ତେବେ ଆଜିର ନିଷ୍ପତ୍ତି ପରେ ଏହି ଚର୍ଚ୍ଚାର ଅବସାନ ଘଟିଛି । ଅଗଷ୍ଟ ୩ ତାରିଖରେ ୱେଷ୍ଟଇଣ୍ଡିଜ ଗସ୍ତ କରିବ ଟିମ ଇଣ୍ଡିଆ । ଏହି ସମୟରେ ୩ଟି ଟି-୨୦, ୩ଟି ଦିନିକିଆ ଓ ଦୁଇଟି ଟେଷ୍ଟ ମ୍ୟାଚ ଖେଳାଯିବ ।ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଆସନ୍ତାକାଲି ଟିମ୍‌ ଇଣ୍ଡିଆର ଚୟନ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.