ଦିଲ୍ଲୀ କ୍ୟାପିଟାଲସକୁ ହରାଇ ଆଇପିଏଲ ୨୦୨୦ ଫାଇନାଲରେ ମୁମ୍ବାଇ ଇଂଡିଆନ୍ସ

ଦୁବାଇ : ଚାରି ଥର ଚାମ୍ପିୟନ ମୁମ୍ବାଇ ଇଂଡିଆନ୍ସ ପୁଣି ଥରେ ଆଇପିଏଲ ଫାଇନାଲରେ ପହଂଚିଛି । ଆଜି ପ୍ରଥମ କ୍ୱାଲିଫାୟରରେ ମୁମ୍ବାଇ ୫୭ ରନରେ ଦିଲ୍ଲୀ କ୍ୟାପିଟାଲସକୁ ହରାଇଛି । ମୁମ୍ବାଇ ପାଇଁ ହିରୋ ସାଜିଛନ୍ତି ବୁମ ବୁମ ବୁମରା । ପେସ ବୋଲର ବୁମରା ୪ ଦିଲ୍ଲୀ ବ୍ୟାଟିଂ ଦୁର୍ଗକୁ ଧୂଳିସାତ କରିଦେଇଥିଲେ । ୪ ଓଭରରେ ୧୪ ରନ ଦେଇ ସଫଳତା ହାସଲ ସହ ମ୍ୟାନ ଅଫ ଦି ମ୍ୟାଚ ହୋଇଛନ୍ତି । ୨୦୧ ରନର ଲକ୍ଷ୍ୟ ନେଇ ଦିଲ୍ଲୀ ୨୦ ଓଭରରେ ୮ ହରାଇ ୧୪୩ ରନ କରି ପାରିଥିଲା । ଏହାକୁ ମିଶାଇ ମୁମ୍ବାଇ ଷଷ୍ଠ ଥର ଫାଇନାଲକୁ ଗଲା ।

bumrah

ଦିଲ୍ଲୀ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ସୁଯୋଗ ଦେଇଥିଲା ମୁମ୍ବାଇକୁ । ମୁମ୍ବାଇ ପକ୍ଷରୁ ଓପ୍ନର କୁଇଣ୍ଟନ୍ ଡି କକ୍ ୨୫ ବଲ୍‌ରୁ ୪୦ ରନ୍ (୫ ଚୌକା, ୧ ଛକା) କରିଥିଲେ । ତେବେ ଫର୍ମରେ ଥିବା ସୂର‌୍ୟ୍ୟ କୁମାର ଯାଦବଙ୍କ ୫୧ ରନ୍ ମୁମ୍ବାଇକୁ ଶହେ ରନ୍ ପାର କରାଇଥିଲା । ସୂର‌୍ୟ୍ୟ କୁମାର ୩୮ ବଲ୍ ଖେଳି ୫୧ ରନ୍ (୬ ଚୌକା, ୨ ଛକା) ସ୍କୋର କରିଥିଲେ । ଏହା ପରେ ଇଶାନ୍ କିଷାନ ୩୦ ବଲ୍‌ରୁ ୫୫ ରନ୍ (୪ ଚୌକା ଓ ୩ ଛକା) ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୫ଟି ଛକା ମାରି ୧୪ ବଲ୍‌ରୁ ୩୭ ରନ୍ କରିଥିଲେ । ଯାହାଫଳରେ ମୁମ୍ବାଇ ୫ ଓ୍ଵିକେଟ୍‌ରେ ୨୦୦ ରନ୍ କରିଥିଲା ।
ପରେ ଦିଲ୍ଲୀ ତରଫରୁ ମାର୍କସ ଷ୍ଟଇନିସ ୪୬ ବଲରୁ ୬୫ ଏବଂ ଅକ୍ଷର ପଟେଲ ୩୩ ବଲରୁ ୪୨ ରନ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.